-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||     

HOME   ଜିଲ୍ଲା

ଆଜି ବିଶ୍ବ ଏଡସ ଦିବସ ଅବସର ରେ (ପ୍ରେରଣା ଖବର ) ର ଅନୁଗୋଳ ଜିଲ୍ଲା ବିଷୟ ରେ କିଛି ଖବର : ୧୭ ବର୍ଷରେ ୨୦୫୦ ସଂକ୍ରମିତ

01-Dec-2020



 

*ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍‌ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍‌ସ ମୁକ୍ତ ହୋଇପାରିବ ବୋଲି ପ୍ରତିବର୍ଷ ବିଶ୍ୱ ଏଡ୍‌ସ ଦିବସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି। କିନ୍ତୁ ଜିଲାରେ ଏଯାଏ ଏଡ୍‌ସ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଗତ ୧୭ ବର୍ଷରେ ଅନୁଗୋଳ ଜିଲାରେ ମୋଟ୍‌ ୨୦୫୦ ଜଣ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି।କେବଳ ଗତ ବର୍ଷକ ମଧ୍ୟରେ ୧୩୫ ଜଣ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

*ଜିଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ର ସୂଚନା ମୁତାବକ, ଅନୁଗୋଳ ଜିଲାରେ ୨୦୦୩ ମସିହାରୁ ଏଡ୍‌ସ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି। ୨୦୦୩ରୁ ଏପର୍ଯ୍ୟନ୍ତ ମୋଟ୍‌ ୪ ଲକ୍ଷ ୬୬ ହଜାର ୪୯୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୦୫୦ ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୬୫୧ ଜଣ ମହିଳା, ୧୨୪୩ ଜଣ ପୁରୁଷ, ୭୬ ବାଳିକା ଓ ୮୦ ବାଳକ ରହିଛନ୍ତି। ପୂର୍ବରୁ ଅନୁଗୋଳ ତାଲିକାର ‘ଏ’ରେ ସ୍ଥାନ ପାଇଥିଲା। କିନ୍ତୁ କିଛି ବର୍ଷ ହେବ ଉକ୍ତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା। ୨୦୧୩-୧୪ରେ ଜିଲାରେ ମୋଟ୍‌ ୧୮୯ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୪-୧୫ରେ ୧୭୦ ଜଣ, ୨୦୧୫-୧୬ରେ ୧୪୪, ୨୦୧୬-୧୭ରେ ୧୩୧, ୨୦୧୭-୧୮ରେ ୧୧୫ ଜଣଙ୍କ ରକ୍ତରେ ଏଡ୍‌ସ ଭୂତାଣୁ ଠାବ କରାଯାଇଥିଲା। ସେହିପରି ଗତ ବର୍ଷକ ମଧ୍ୟରେ ଜିଲାରୁ ୧୩୫ ଏଡ୍‌ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ୭୪ ଜଣ ଏଚ୍‌ଆଇଭି ପଜିଟିଭ୍‌ ବାହାରିବା ଏବେ ଚିନ୍ତା ବଢ଼ାଇ ଦେଇଛି। ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୫ ଜଣ ଶିଶୁ ରହିଛନ୍ତି। ମୋଟ୍‌ ସଂଖ୍ୟା ମଧ୍ୟରୁ ୧୫୨୪ ଜଣ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ୧୫୧୭ ଆକ୍ରାନ୍ତ ଠିକ୍‌ଠାକ୍‌ ଔଷଧ ଖାଉଛନ୍ତି। ଜିଲାର ୮ଟି ବ୍ଲକ ମଧ୍ୟରୁ ଅନୁଗୋଳ, ବଅଁରପାଳ ଓ ତାଳଚେର ସହରାଞ୍ଚଳରେ ଏହି ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ୨୦୦୩ରୁ ଏପର୍ଯ୍ୟନ୍ତ ଅନୁଗୋଳ ବ୍ଲକରେ ସର୍ବାଧିକ ୪୧୮ ଜଣ ପଜିଟିଭ୍‌ ଥିବାବେଳେ ତାଳଚେର ବ୍ଲକରେ ୩୮୧, ବଅଁରପାଳ ବ୍ଲକରେ ୩୧୮, କିଶୋରନଗର ବ୍ଲକରେ ୧୬୫, ଛେଣ୍ଡିପଦା ବ୍ଲକରେ ୧୫୫, ଆଠମଲ୍ଲିକ ବ୍ଲକରେ ୧୦୨, କଣିହଁାରେ ୮୮ ଓ ପାଲଲହଡ଼ାରେ ୪୯ ଜଣ ରହିଛନ୍ତି। ଶିଳ୍ପ ସହ ଶିକ୍ଷା ଓ ସଚେତନତା କ୍ଷେତ୍ରରେ ଜିଲା ଆଗରେ ଥିଲେ ମଧ୍ୟ ଏଡ୍‌ସ ନିୟନ୍ତ୍ରଣକୁ ଅଣାଯାଇପାରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

*ସଚେତନତା ହିଁ ହ୍ରାସ କରିପାରିବ
*ଜିଲାରେ ଥିବା ଶିଳ୍ପଗୁଡ଼ିକରେ ରାଜ୍ୟବାହାରୁ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଏଡ୍‌ସ ସମ୍ପର୍କରେ ସଚେତନ କରାଯାଉଛି। ଏଥିପାଇଁ ୩ଟି ଏନ୍‌ଜିଓ ମଧ୍ୟ କାର୍ଯ୍ୟ କରୁଛି। ଜିଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଅନୁଗୋଳ ଜିଲା ଏ ଗ୍ରେଡ୍‌ରେ ନାହିଁ। ଲୋକମାନେ ଅଧିକ ସଚେତନ ହେଲେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ।

*ପ୍ରମିଳା ହୋତା
*ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ ଅଧିକାରୀ ଏଡ୍‌ସ ଦିବସରେ ହିଁ ତତ୍ପରତା

*ଜିଲାର ଶିଳ୍ପାଞ୍ଚଳକୁ ଦାଦନ ଶ୍ରମିକଙ୍କ ସହ ବହୁ ସଂଖ୍ୟାରେ ଟ୍ରକ୍‌ ଚାଳକ ଓ ହେଲପର ପ୍ରତିଦିନ ଆସୁଛନ୍ତି। ସେମାନଙ୍କୁ ଇଣ୍ଟ୍ରିଗ୍ରେଟେଡ୍‌ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର(ଆଇସିଟିସି)କୁ ଆଣି କାଉନସେଲିଂ ସହ ରକ୍ତ ପରୀକ୍ଷା କରାଯିବା କଥା। କିନ୍ତୁ ତାହା ଉପରେ ଗୁରୁତ୍ୱ ଦିଆ ନ ଯାଇ କେବଳ ଏଡ୍‌ସ ଦିବସରେ ସଚେତନତା ରଥ ବୁଲାଇ କାର୍ଯ୍ୟ ସାରି ଦିଆଯାଉଛି।

*ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ, ଅନୁଗୋଳ

*ଲିଙ୍କ୍‌ ୱାର୍କର ସ୍କିମ କାର୍ଯ୍ୟକାରୀ ହେଉ
*ଆମ ପରିଧି ଭିତରେ ଯେତିକି ଅଞ୍ଚଳ ରହିଛି, ସେଠାକାର ଲୋକଙ୍କୁ ସଚେତନ କରିବା ସହ ରକ୍ତ ପରୀକ୍ଷା କରିବାକୁ କୁହାଯାଉଛି। ନ୍ୟାଶନାଲ ଏଡ୍‌ସ୍‌ କଣ୍ଟ୍ରୋଲଅ ର୍ଗାନାଇଜେଶନ୍‌(ନାକୋ) ପକ୍ଷରୁ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଲିଙ୍କ ୱାର୍କର ସ୍କିମ୍‌ (ଏଲ୍‌ଡ୍‌ବ୍ଲ୍ୟୁଏସ୍‌) ଅନୁଗୋଳ ଜିଲାରେ ନାହିଁ। ଏହି ସ୍କିମ୍‌ ଜିଲାରେ କାର୍ଯ୍ୟକାରୀ ହେଲେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହେବ।

*ସସ୍ମିତା ପଟ୍ଟନାୟକ, ଏନ୍‌ଜିଓ ମୁଖ୍ୟ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ

*ଏଡ୍‌ସର ‘ଏ’ ଗ୍ରୁପ୍‌ରେ ପୂର୍ବରୁ ଅନୁଗୋଳ ଜିଲା ସାମିଲ ଥିଲା। ଏବେ ଉକ୍ତ ଗ୍ରେଡେଶନ୍‌ରେ ଜିଲା ତଳକୁ ଖସିଛି। କିନ୍ତୁ ଏ ଦିଗରେ ଆହୁରି ଅଧିକ ସଚେତନ କରାଯିବା ଆବଶ୍ୟକତା ରହିଛି। ପୁଳା ପୁଳା ଟଙ୍କା ଖର୍ଚ୍ଚ କରିଦେଲେ କି କେବଳ ଏଡ୍‌ସ ଦିବସ ପାଳନ କଲେ ହେବ ନାହିଁ, ଏ ଦିଗରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଜରୁରୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026

You Might Also Like