-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ଟିଟିଲାଗଡ଼, (ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲାର ଖୋଲାନ ପଞ୍ଚାୟତ ର ପଥରଲା ଗ୍ରାମ ରୁ ଟିଟିଲାଗଡ ଯିବା ରାସ୍ତାରେ ବାଇକ ଯୋଗେ ନିଜ ସମ୍ପର୍କୀୟ ସହ ଯାଉଥିବା ବେଳେ ଏକ ଅଜଣା ବୁଲେରୋ ଧକ୍କା ଘଟି ଜଣେ ଗୁରୁତର ଆହତ ଅବସ୍ଥାରେ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ପ୍ରାୟ ୧୦ଟା୩୦ ସମୟରେ ଦେବକୀ ରଣା (ବ-୭୦) ନିଜ ଜଣେ ସମ୍ପର୍କୀୟ ସହ ଆସୁଥିବା ବେଳେ ସିନ୍ଧେକେଲା ରୁ ଟିଟିଲାଗଡ ରାସ୍ତା ମୁଖ୍ୟ ରାଜପଥ ରେ ଦୃତବେଗ ରେ ଟିଟିଲାଗଡ ପଟେ ଆସୁଥିବା ଏକ ବୋଲେରୋ ବାଇକ କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା। ତେବେ ଉକ୍ତ ବାଇକ ଚାଳକ ଆହତ ହୋଇଥିବା ବେଳେ ବାଇକ ରେ ଥିବା ବୃଦ୍ଧା ମହିଳା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ଆସିଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।