-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ୫ ବର୍ଷ ଆଞ୍ଚଳିକ ଗିରିଗୋବର୍ଧନ ପୂଜା ମହୋତ୍ସବ ଲୋଇସିଂହା ସ୍ଥିତ ଖେକେରଳିଡୁଙ୍ଗୁରି ଠାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଛେଲବାହାଲ, କୁମୁଣ୍ଡେ ଓ ଅଗଲାପାଳିର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ହୋଇଛି l ପାରମ୍ପରିକ କୃଷିଭିତିକ ଜିଲ୍ଲା ପ୍ରଥମ ଥର ପାଇଁ ଗିରିଗୋବର୍ଧନ ପୂଜା ଉପଲକ୍ଷେ କୃଷକ ମାନଙ୍କୁ କୃଷକ ରତ୍ନ ଉପାଧିରେ କମିଟି ତରଫରୁ ସମ୍ମାନିତ କରାଗଲା l ମୁଖ୍ୟଅତିଥି ରୂପେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇ ଜୈବିକ କୃଷି ଉପରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚମର ଚୌହାନ ଏବଂ ରାଜେନ୍ଦ୍ର ବିଶ୍ୱାଳ l ପ୍ରଥମ ଥର ଚାଷୀମାନଙ୍କୁ ଆଜି ପ୍ରକୃତ ସମ୍ମାନ ମିଳିଛି ବୋଲି ମତବ୍ୟକ୍ତ କରିଥିଲେ l ଯାତ୍ରା ପ୍ରତିଷ୍ଠାତା କେଶବ ପଣ୍ଡା, ସଭାପତି ଦିବ୍ୟରଞ୍ଜନ ପଣ୍ଡା, ସମ୍ପାଦକ ଏବଂ ସମସ୍ତ ଯାତ୍ରାକମିଟି କାର୍ଯ୍ୟକର୍ତା ମାନ ଉପସ୍ଥିତ ଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l