-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ କଳାକାର ଚୟନ ପ୍ରକିୟା ଆରମ୍ଭ ହୋଇଯାଇଛି l ଏହି କାର୍ଯକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ, ଆଜି ପ୍ରଥମ ଦିନରେ ସର୍ବ ମୋଟ 78 ଜଣ କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଚେୟାରମେନ୍ ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗ ଦେଇଥିଲେ। ଏବଂ ଗୋଷ୍ଠୀ ସହକାରୀ ଉନ୍ନୟନ ଅଧିକାରୀ ମହୋଦୟ ଓ ଗୋଷ୍ଠୀ ସମାଜ
ମଙ୍ଗଳ ଅଧିକାରୀ ଶ୍ରୀମତୀ ସୀମା ବାରିକ୍ ଉପସ୍ଥିତ ଥିଲେ l ସଭାପରିଚଳନା କରିଥିଲେ ପ୍ରଦୀପ ମେହେର ଶେଷଦେବ ବେହେରା।ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକର ବ୍ଲକ୍ କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀ ବଂଶୀଧର ବେହେରା ଓ ନନ୍ଦଲାଲ ପଟେଲ ଯୋଗ ଦେଇଥିଲେ l ଏହି କଳାକାର ଚୟନ ପ୍ରକିୟାରେ ବିଚାରପତି ଭାବରେ ଶ୍ରୀ ବରୁଣ ଶତପଥୀ, ଦୁଷ୍ମନ୍ତ ପଟେଲ ଓ ବ୍ରଜକିଶୋର ଘିବେଲା ମହୋଦୟ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ପରିଚାଳନା କରିଥିଲେ l
(ବିନୋଦ କୁମାର ଦୀପ ଙ୍କ ରିପୋର୍ଟ)