-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର) - ବଲାଙ୍ଗୀର ସଦର ବ୍ଳକ ସାହାଜବାହାଲ ଠାରେ ଗୁପ୍ତେସ୍ୱର ସ୍ୱାଗତ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ହୋଇଥିବା ବେଲେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ବରଗାଁ ଓ ଫୁଲରଖଣି ମଧ୍ୟରେ ହୋଇଥିବା ବେଳେ ଫୁଲରଖଣି ବିଜୟ ହୋଇ ଏହି ଟ୍ରଫିର ହକଦାର ହୋଇଛି। ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଦିବସରେ ମୂଖ୍ୟ ଅତିଥି ଭାବରେ ସାହାଜବାହାଲ ସରପଞ୍ଚ ପ୍ରଦୁମ୍ନ ହୋତା ସମ୍ମାନିତ ଅତିଥି ଭାବେ ତକ୍ଷକ ଟିଭି ର ନିର୍ଦ୍ଦେଶକ ବାବୁ ପୂଜାରୀ ଓ ଅତିଥି ଭାବରେ ଶିବତଲା ସରପଞ୍ଚ ବାଳକୃଷ୍ଣ ବେହେରା ଯୋଗ ଦେଇ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସୁଶାନ୍ତ ଯୋଷୀ ଓ ମହେଶ ଯୋଷୀ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।