-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପିପିଲିକାନୀ ପଡିଆଠାରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦାମୋଦର ପଣ୍ଡାଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଶିକ୍ଷକ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥି ସହିତ ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ପ୍ରତି ବୈମାତୃକ ମନୋଭାବକୁ ନିନ୍ଦା କରାଜିବା ସହ ଆଗାମି ଦିନରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ନିର୍ଦେଶକ୍ରମେ ବିଶାଲ ପ୍ରତିବାଦ କରାଜିବା ନେଇ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଅବଶରରେ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଏଥରେ ସଭାପତି ଭାବରେ ସନ୍ତୋଷ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଗୌତମ ମେଣ୍ଡିଲି, ଉପସଭାପତି ବେଣୁଧର ସୁରୁଜାଲ, ସଂପାଦକ ବିଶ୍ୱଜିତ ଆଚାର୍ଯ୍ୟ, ସହ ସଂପାଦକ ସୁଶାନ୍ତ ଭୋଇ ଏବଂ କୋଷାଧ୍ୟକ୍ଷ ଭାବରେ ପ୍ରଶାନ୍ତ କୁମାର ଦାସଙ୍କୁ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିରେନ ମିଶ୍ର, ଟିକେଶ୍ୱର ପାଣ୍ଡିଆ, ଦାମୋଦର ପଣ୍ଡା, ବିନୟ ତ୍ରୀପାଠୀ, ପ୍ରଦୀପ ଗଣିକ, ମନୋରଂଜନ ପାଣ୍ଡିଆ ସଦସ୍ୟ ଭାବରେ ରହିଥିବା ଜଣାପଡିଛି ।