-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଶ୍ରୀ ମହେଶ୍ୱର ପାଣିଗ୍ରାହୀ ଙ୍କ  ଦ୍ୱାରା ବିଭାଗୀୟ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ - ସରକାରଙ୍କ ବିଭିନ୍ନ ଲୋକ ଯୋଜନା ଗୁଡ଼ିକର ସ୍ୱଚ୍ଛ,ସଫଳ ତଥା ଗୁଣାତ୍ମକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ -

21-Oct-2022



ସୁବର୍ଣ୍ଣପୁର,ଜିଲ୍ଳାରେ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପ ଗୁଡିକର ସମୀକ୍ଷା ତଥା କ୍ଷେତ୍ର ପରିଦର୍ଶନ କରିଛନ୍ତି ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀଯୁକ୍ତ ମହେଶ୍ୱର ପାଣିଗ୍ରାହୀ  l ଶ୍ରୀଯୁକ୍ତ ପାଣିଗ୍ରାହୀ
୨ ଦିନିଆ ଜିଲ୍ଲା ଗସ୍ତ ରେ ଆସି  ବିଭାଗ  ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ କାର୍ଯ୍ୟ ପ୍ରକଳ୍ପ ଗୁଡିକର ର ସମୀକ୍ଷା

କରିଥିଲେ l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ  ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ୬ ଗୋଟି ବ୍ଲକରେ ପି ଆର ଡି ଡବ୍ଲୁ ବିଭାଗ ର ବିଭିନ୍ନ ଯୋଜନା ର ସମୀକ୍ଷା କରିଥିଲେ l ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବନ ଜୀବିକା ମିଶନ, ଓରମାସ,ସ୍ୱଚ୍ଛ ଭାରତ ମିଶନ,ନିର୍ମାଣଧୀନ ମିନି ଷ୍ଟାଡିୟମ,ର କାର୍ଯ୍ୟକାରିତା ସମୀକ୍ଷା କରିବା ସହିତ ଜିଲ୍ଲାରେ ୪ର୍ଥ ଓ ୫ମ ରାଜ୍ୟ ଅର୍ଥ ଆୟୋଗ ଓ ଚତୁର୍ଦଶ ଓ ପଞ୍ଚ ଦଶ କେନ୍ଦ୍ର ଅର୍ଥ ଆୟୋଗ ଦ୍ୱାରା ଆବଣ୍ଟିତ ଅର୍ଥ ର ସୁବିନିଯୋଗ ତଥା କାର୍ଯ୍ୟପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି l କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନା ର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଓଡିଶା ଜୀବିକା ମିଶନ ଜରିଆରେ ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀ ରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ସଚିବ ଶ୍ରୀ ପାଣିଗ୍ରାହୀ l ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟ କୁ ସମୟ ଅବଧି ମଧ୍ୟରେ ପୂରଣ କରିବା ସହ ଅଧିକ ରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା, ସରକାରଙ୍କ  ଗ୍ରାମୀଣ ଆବାସ ଯୋଜନା ର ଧାର୍ଯ୍ୟ ଲକ୍ଷ୍ୟ କୁ ସ୍ଵଛତାର ସହିତ ଶତ ପ୍ରତିଶତ ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱତନ୍ତ୍ର ସଚିବ l ବ୍ଲକ ଦ୍ୱାରା କାର୍ଯ୍ୟକାରି ସମସ୍ତ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ର କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ  କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ଜୀବନ ଜୀବିକା ମିଶନ ର କାର୍ଯ୍ୟ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟନ୍ୱୟନ ର ସଫଳତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି l ସେ କ୍ଷେତ୍ର ପରିଦର୍ଶନ ପରିପ୍ରେକ୍ଷୀରେ 185 ଗୃହକୁ ଜଳ ଯୋଗାଣ କରୁଥିବା ହିକୁଡି ଗ୍ରାମରେ PWSS ଓ 155 ଗୃହକୁ କୁ ଜଳ ଯୋଗାଉଥିବା ବାଗଲପୁର PWSS ପରିଦର୍ଶନ କରିଥିଲେ | ପରେ ପରେ 
ହିକୁଡି ଓ ବାଘଳପୁର ଅଙ୍ଗନବାଡି କେନ୍ଦ୍ର  ପରିଦର୍ଶନ କରି ପୁଷ୍ଟିକର, ଶିକ୍ଷାଦାନ ଏବଂ ଶିକ୍ଷଣ ଦିଗ ବିଷୟରେ ପଚାରି ବୁଝିଥିଲେ | ତତ୍ପରେ ସଚିବ , ଏମଜିଏନଆର ଇଜିଏ, ସି ଏଫ ସି ,ଏସ ଏଫ ସି ,ପାଣ୍ଠି ରୁ ଆବଣ୍ଟିତ ମେଟାକାନି ପାର୍କ, ମେଟାକାନି ଟ୍ୟାଙ୍କ ଓ ଚଡେଇପଙ୍କ ଜିପି ର ଏସ ଏଫ ସି ଅର୍ଥ ରୁ ମେଟାକାନିରେ ନିର୍ମିତକଲ୍ୟାଣ ମଣ୍ଡପର ପରିଦର୍ଶନ କରିଥିଲେ | ଚଡେଇପଙ୍କ ଜିପି ର ସରପଞ୍ଚ ଓ ପିଇଓ ସହିତ ଆଲୋଚନା କରିବା ସହ ,ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିଦ୍ୟୁତ୍ ଦେୟ, ଏସ ଏଫ ସି ଓ ସିଏଫସି ପାଣ୍ଠି ବିନିଯୋଗର ସମୀକ୍ଷା କରିଥିଲେ | ଉଲୁଣ୍ଡା ଠାରେ ରାଜ୍ୟ କ୍ରୀଡା ବିଭାଗ

ତରଫରୁ 20 ଲକ୍ଷ ଟଙ୍କା,ଜିମ୍ ଯନ୍ତ୍ରପାତି ପାଇଁ 15 ଲକ୍ଷ, ଓ ଏମପି ଲାଡ ରୁ 9 ଲକ୍ଷ  ବ୍ୟୟ ରେ ନିର୍ମିତ ମିନି ଷ୍ଟାଡିୟମ ର ପରିଦର୍ଶନ କରିଥିବା ବେଳେ ଉଲୁଣ୍ଡା ଜିପି ର ସରପଞ୍ଚ ସହିତ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ | ପୁନଶ୍ଚ ସଚିବ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ | ସେ ଉଲ୍ଲୁଣ୍ଡା ବ୍ଲକର ଅଫିସ୍ ରେକର୍ଡ, ବିଭିନ୍ନ ରେଜିଷ୍ଟର ଇତ୍ୟାଦି ଯାଞ୍ଚ କରିବା ସହ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ |ସଚିବଙ୍କ ଜିଲ୍ଳା ଗସ୍ତ ଅବସରରେ ଅନୁଷ୍ଠିତ ସମୀକ୍ଷା ବୈଠକ ତଥା କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅବସରରେ  ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଳା ପରିଷଦ ଶ୍ରୀ ନିହାର ରଞ୍ଜନ କଁହର ସମସ୍ତ ବିଡିଓ, ଏ ବିଡ଼ିଓ,ବୈଷୟିକ ଅଧିକାରୀ ତଥା ସମ୍ପୃକ୍ତ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗୀୟ ବରିଷ୍ଠ କର୍ମଚାରୀ, ଜିପିଈଓ, ଏନଆର ଇ ଜି ଏ କର୍ମଚାରୀ, ହିସାବ ରକ୍ଷକ ଅଧିକାରୀ,ଙ୍କ ସହ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ  ଉପସ୍ଥିତ ରହିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like