-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ଅନ୍ତର୍ଗତ ରୁଗୁଡ଼ିଖାଲ ସ୍ଥିତ ସାପ୍ତାହିକ ବଜାର ଓ ରାମମନ୍ଦିରକୁ ଲାଗି ରହିଥିବା ଜମିକୁ ନେଇ ଅନେକ ଦିନରୁ ବାଦ ବିବାଦ ରହି ଆସୁଛି l ସାପ୍ତାହିକ ବଜାର ଓ ରାମ ମନ୍ଦିର ପ୍ରବେଶ କଂକ୍ରିଟ ରାସ୍ତାକୁ ତାରଵାଡ଼ ଦେଇ ରାସ୍ତା ଅବରୋଧ କରି ଆସୁଛନ୍ତି ଜୀବର୍ଧନ ପାଇକ ନାମକ ଜୈନେକ ବ୍ୟକ୍ତି l ଗତକାଲି ଉପଜିଲ୍ଲାପାଳ କୁମାର ନାଗ ଭୂଷଣଙ୍କ ନିର୍ଦେଶକ୍ରମେ ତହସିଲଦାର ସଂଘମିତ୍ରl କାଲୋ ଓ ଆରଆଇଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନର ଡିମାରକେସନ କରିବାରୁ ଜାଗାର କିଛିଅଂଶ ସରକାରୀ ବାହାରିଥିବା ସୂଚନା
ମିଳିଛି l ହେଲେ ତହସିଲଦାରଙ୍କ ଜମି ମାପଯୁକକୁ ନେଇ ଉପସ୍ଥିତ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଇଥିବା ଜାଣିବାକୁ ମିଳିଛି l ସୂଚନାରୁ ପ୍ରକାଶ ଯେ ଦୀର୍ଘ ଚାରିମାସ ହେବ ଏହି କଂକ୍ରିଟ ରାସ୍ତାକୁ ଅବରୋଧ କରି ଆସୁଛନ୍ତି l ଯାହାକି ଲୋକେ ସାପ୍ତାହିକ ବଜାର ସମୟରେ ଓ ମନ୍ଦିରକୁ ପ୍ରବେଶ ବେଳେ ସମସ୍ୟାର ବାତାବରଣ ଦେଖାଦେଇଛି l ସରକାରୀ ଜମିକୁ କିଭଳି ଭାବେ ରାସ୍ତା ଅବରୋଧ କରାଯାଇଛି ଯାହାକି ଜନମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l