-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଗତ ଦୁଇବର୍ଷ ଧରି ମହାମାରୀ କରୋନା ଯୋଗୁଁ ବନ୍ଦ ଥିବା ଶାନ୍ତି ମୈତ୍ରୀ ଏକତାର ବନ୍ଧନରେ ବାନ୍ଧି ରଖିଥିବା ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ସାରା ବିନିକା ଅଞ୍ଚଳରେ ବେଶ ଧୁମଧାମରେ ପାଳିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଲୁକ୍କାଜିତ ପ୍ରତିଭାଙ୍କ ପାଦର ଘୁଙ୍ଗୁରରେ ସାଂସ୍କୃତିକ ମଣ୍ଡପ
ଦୂଳକି ପଡ଼ିଛି ।କଳାକାରଙ୍କ ନୃତ୍ୟ ଦେଖିବା ଦର୍ଶକ ରାତି ତମାନ ଉଜାଗର ରହିଥିଲେ ।ସୂଚନା ଯୋଗ୍ୟ ଯେ ପବିତ୍ର ନୂଆଖାଇ ଦିନ ଗାଁର ଇଷ୍ଟ ଦେବାଦେବୀଙ୍କ ଠାରେ ନୂଆଁ ଚାଉଳ ଅର୍ପଣ ପରେ ପ୍ରତ୍ୟେକ ପରିବାର ନିଜନିଜ କୂଳ ଦେବତାଙ୍କୁ ପୂଜାର୍ଚ୍ଚନା କରି ଏକାଠି ବସି ନୂଆଁ ଖାଇଥିଲେ ।ପରେ ଛୋଟ ରୁ ବଡ ପର୍ଯ୍ୟନ୍ତ ଜୁହାର ଭେଟଘାଟ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ବିନିକା ବ୍ଳକ ଅନ୍ତର୍ଗତ ଫୁଲମୁଠି ଅଗ୍ରଣୀ ଅନୁଷ୍ଠାନ ଆଜାଦ ୟୁଥ କ୍ଲବ ତରଫରୁ ୨୨ତମ ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ ଉପରପଡ଼ା ମଣ୍ଡପ ଠାରେ ସଭାପତି ଆନନ୍ଦ କୁମାର ହୋତା ଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନୀଳାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଚରଦା ସରପଞ୍ଚ ବୃନ୍ଦାବତୀ ନାୟକ,ସ୍ଵତନ୍ତ୍ର ଅତିଥି ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା କଳତା,ସମ୍ମାନିତ ଅତିଥି ଭାବେ ସଚେତନ ନାଗରିକ ପ୍ରମୋଦ ଦାଶ,ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ରଥ,ସରକାରୀ ଓକିଲ ସୁଧାଂଶୁ ଦାଶ,ଚାଷିନେତା ଭୀମସେନ ସାହୁ,ସମିତିସଭ୍ୟ ମାନସ ବେହେରା,ବିଜେଡ଼ି ବ୍ଳକ ସଭାପତି ଦ୍ବାରିକାନାଥ ସାହୁ,ଯୁବ ସଂଗଠକ ବାବୁଲା ପଣ୍ଡା,ବନବିହାରୀ ମେହେର,ଗଣେଶ ମେହେର,ଚନ୍ଦ୍ର ମେହେର,ସାମ୍ବାଦିକ ହିମାଂଶୁ ପୁଟେଲ,ସୃଜନ ପଣ୍ଡା,ଅଶୋକ ପଣ୍ଡା,ଶାନ୍ତନୁ ପଣ୍ଡା,ମୁକେଶ ବଗର୍ତ୍ତି,ରବୀନ୍ଦ୍ର ହୋତା,ରାମ ଗୋପାଳ ବାଘ ପ୍ରମୁଖ ଯୋଗଦେଇ ନୂଆଁଖାଇ ପାଳନର ମହତ୍ତ ଉପରେ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ପାଇକ ସଂଗ୍ରାମୀ ଆଜାଦଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ପରେ ଉପସ୍ଥିତ ଅତିଥି ମାନଙ୍କୁ ଉପଡ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଣ୍ଡପରେ ଗୋକୁଲାଷ୍ଟମି ଲୀଳା ଯାତ୍ରାର ପୃଷ୍ଠପୋଷକତା ୯୪ବର୍ଷୀୟ ଗଣେଷରାମ ଦାଶଙ୍କ ଜନ୍ମ ଦିନ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରାଯାଇ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା ।ପରେ ଆସିଥିବା କଳାକାରଙ୍କ ପାଦର ଘୁଙ୍ଗୁରେ ସାଂସ୍କୃତିକ ମଣ୍ଡପ ଦୁଲକି ପଡିଥିଲା ରାତି ସାରା ଉଜାଗର ରହି ହଜାର ହଜାର ଜନସାଧାରଣ ପ୍ରତିଭାଙ୍କ ନୃତ୍ୟ ଉପଭୋଗ କରିଥିଲେ ।ଏଥିରେ ସିଙ୍ଗୀଲରେ ୨୪ଜଣ ଏବଂ ୧୬ଟି ଗୃବ୍ ଦ୍ୟାନସ ଭାଗ ନେଇଥିଲେ ।ସେଥିରୁ ଯୁବରାଜ ଭୋଇ(ପ୍ରଥମ),ଜଗଦୀଶ ମୁଣ୍ଡା(ଦ୍ଵିତୀୟ),ସଞ୍ଜୟ କୁମାର(ତୃତୀୟ) ହୋଇଥିବା ବେଳେ ଗ୍ରୁବ୍ ଦ୍ୟାନସ ରେ ବରଗଡ଼ ର ବଳରାମ ଏଣ୍ଡ ଆଳିଶା(ପ୍ରଥମ),ଆର.କେ.(ତୃତୀୟ)କୁ ମାନପତ୍ର ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ
କରାଯାଇଥିଲା । ଏଥିରେ ବିଚାରକ(ଜର୍ଜ) ଭାବେ ବିଜୟ ମହାରଣା,ମଦନ ହୋତା,ସୁରଜ ଷଡ଼ଙ୍ଗୀ ଦାୟିତ୍ଵ ନିର୍ବାହ କରିଥିଲେ । ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜୁବିଲି ପଣ୍ଡା,ଅଭିଷେକ ହୋତା,ମିଥୁନ ଚୌଧୁରୀ,ନିରଞ୍ଜନ ସାହୁ,ଦୀପ୍ତି କାନ୍ତ କର୍ଣ୍ଣ,ଧରମ ମେହେର,ସଞ୍ଜୀବ ମେହେର,ସୁଜିତ ବ୍ରଜରାଜ,ଅମର,ମହେନ୍ଦ୍ର,ଆଲୋକ,ବାବୁଲାଲ,ଜଗତ ଜୀବନ,ପଙ୍କଜ,ଗଜାନନ,ଅଜୁ,ବୁଲୁ,ଆଶିଷ,ସୁଜିତ,କିରଣଅନ୍ତର୍ୟାମୀ,ମଧୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।