-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଳକ ମୃର୍ଷୁଣ୍ଢୀରେ ୪୦ ତମ ଗଜଲକ୍ଷ୍ମୀ ପୂଜା ପାଇଁ କମିଟିର ସଭାପତି ଲବ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଏହି ଦିନରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥାଏ । ଚଳିତ ଅକ୍ଟୋବର ୯ ରେ କଳସ ଶୋଭା ଯାତ୍ରା, ୧୦ ରୁ ପୂଜା ଆରମ୍ଭ ଓ ଅଜିତ ଦାସଙ୍କ ଦ୍ଵାରା ପାରାୟଣ,୧୨ ରୁ ଅପେରା,୧୭ରୁ ମୁରାସୁର ଦରବାର ଓ ୧୮ ତାରିଖରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତା ଚୟଣ କରାଯାଇଥିଲା। ପୂଜା କମିଟି ସଭାପତି ଭାବେ ଲବ କୁମାର ସାହୁ, ଉପଦେଷ୍ଟା ଭାବେ ରାଜଗୋପାଳ ପାଣିଗ୍ରାହୀ ଓ କୁଶ କୁମାର ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, ଉପସଭାପତି ଧନଞ୍ଜୟ ସାହୁ, ସହସମ୍ପାଦକ ବିଦ୍ୟାଧର ଖୁର୍ଡିଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି,ମନୋଜ ନାଏକ, ବଳରାମ ପ୍ରଧାନ, ସତ୍ୟବ୍ରତ ଦ୍ବାରୀ,ସୁନୀଲ ପ୍ରଧାନ ,ଶ୍ୟାମ ନନ୍ଦ, ଦିଲ୍ଲୀପ ମିଶ୍ର, ଲୋକନାଥ ସାହୁ, ଚିତ୍ତରଞ୍ଜନ
ସାହୁ, ପଦ୍ମନାଭ ପ୍ରଧାନ, ସନ୍ତୋଷ ସମର୍ଥ ଓ ସମ୍ୟରଞ୍ଜନ ରଥ ପ୍ରମୁଖ ରହିଥିବା ବେଳେ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କୋଷାଧ୍ୟକ୍ଷ ଶ୍ରୀ ବେଦପାଣି ଧନ୍ୟବାଦ ଅର୍ପଣ କରିଥିଲେ।