-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବୀରମହାରାଜପୁର (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ତେଲିପାଲି ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସମାଜ ସେବୀ ରାଜ କିଶୋର ପାଣିଗ୍ରାହୀ ଫିତା କାଟି ଉଦଘାଟନ କରିଥିବା
ବେଳେ ସମ୍ମାନିତ ଅତିଥି ଭାବେ ସନ୍ତୋଷ ଘିବିଲା , ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ରକ୍ତ ଦାତା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ଶିବିରରେ ୩ ଜଣ ମହିଳା ରକ୍ତ ଦାତା ଙ୍କ ସହିତ ସମୁଦାୟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା , ରଘୁନାଥ ନାଟ୍ୟ ସଂସଦ ଅନୁଷ୍ଠାନ ର
ସମସ୍ତ କର୍ମକର୍ତ୍ତା ତଥା ତେଲିପାଲି ଗଣେଶ ପୂଜା କମିଟି ତରଫରୁ ପ୍ରଥମ ଥର ଏ ରକ୍ତ ଦାନ ରେ ବହୁତ୍ ନୂତନ ରକ୍ତ ଦାତା ରକ୍ତ ଦାନ ଶିବିର ରେ ଯୋଗ ଦେଇଥିଲେ । ସୁବର୍ଣ୍ଣପୁର ରକ୍ତ କେନ୍ଦ୍ର ର ଜଗତ ଦରୁଆଁ, ସୁବାସ ପଣ୍ଡା, ୟୁଦିଷ୍ଟିର ନାୟକ , ଆୟୁଷ ଡାକ୍ତର ବିଶ୍ଵନାଥ ରଥ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।