-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବରଗଡ:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଇଛାପୁରରେ ବିଘ୍ନବିନାଶନ ଗଜାନନଙ୍କ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ନଈରୁ ଭବ୍ୟ ଶୋଭାଯାତ୍ରାରେ ମହିଳାଗଣ ପୂର୍ଣ୍ଣ କଳସ ଆଣିଥିଲେ। ପରେ ତାକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ସନ୍ଧ୍ଯାରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଗଣପଚିଙ୍କ ପୂଜନୋତ୍ସବ ଫିକା ପଡିଥିବାରୁ ଚଳିତବର୍ଷ ଶ୍ରଦ୍ଧାଳୁମାନଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ ତଥା ପୁରୋହିତଙ୍କ ବେଦମନ୍ତ୍ର ପାଠରେ ଏକ ଅପୂର୍ବ ଭାବ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହେଉଛି। ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ଆଲୋକମାଳା ଆଖି ଝଲସାଇ ଦେଉଛି।ସନ୍ଧ୍ଯାରେ ଭକ୍ତବୃନ୍ଦଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହେଉଛି। ସରଗମ ପଧାନ ଓ ରାହୁଲ ଦୋରା
ପୂଜାର କର୍ତ୍ତା ଦାୟିତ୍ୱ ସଂପାଦନ କରୁଛନ୍ତି। ଅଭିଷେକ ପୁରୋହିତ ପୂଜା କାର୍ଯ୍ୟରେ ପୁରୋହିତ କର୍ମ ତୁଳାଉଛନ୍ତି। ସରଗମ୍ ପଧାନ ସଭାପତି, ରୂପେଶ ଦୋରା ଉପସଭାପତି ରହିଥିବାବେଳେ ଯୁବରାଜ, ରୋଷନ, ପ୍ରଦୀପ, ଅଭି, ଆକାଶ, ନଲସିଂହ, ଲକ୍ଷ୍ମୀକାନ୍ତ ପ୍ରମୁଖ ପୂଜା ମହୋତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି। ଶନିବାର ପଞ୍ଚ ବାଦ୍ଯ ଦୁଲଦୁଲି ବାଦ୍ଯର ତାଳେତାଳେ ଗଣପତିଙ୍କ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ପୂଜା ମହୋତ୍ସବ କମିଟି ପକ୍ଷରୁ ଜଣାପଡିଛି।