-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳରେ ଏକମାସ ମଧ୍ୟରେ ଦୁଇ ଦୁଇ ଥର ଭିଜିଲାସନ୍ସ ଟିମର ଚଢ଼ାଉ l କିଛିଦିନ ପୂର୍ବେ ଯେଣେ ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁକାରିବାରେ ସଫଳ ହୋଇଥିବା ବେଳେ ଆଜି ପୁଣି ଥରେ ଭିଜିଲାନ୍ସ ହାତରେ ପଡିଛନ୍ତି ବେଗୁନିଆପଡା ବ୍ଲକ ର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ l ସେ ନିଜ କାର୍ଯ୍ୟାଳୟ ରେ ବୁରୁଝରୀ ପଞ୍ଚାୟତ ପି. ନୂଆଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଆଦର୍ଶ ଗାଇଗୁହାଳ ବାବଦକୁ ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାଯାଇଛି l ବ୍ରହ୍ମପୁର ରୁ ଆସିଥିବା ଏହି ଭିଜିଲାସନ୍ସ ଟିମ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଚଢ଼ାଉକରି ଅଧିକ ପଚାର ଉଚରା ଜାରିରଖିଥିବା ସୂଚନା ମିଳିଛି l
(ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ)