-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ପାଟଣାଗଡ଼:(ପ୍ରେରଣା ଖବର) -ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ମେହେର
ଏସ୍ ଡି ଓ (ବିଏସ୍ଏନ୍ଏଲ୍) ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ସୈାଦାମିନି ନାଗ ଆଇ ଆଇ ସି ସମ୍ବଲପୁର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଗବାନ ମେହେର ସ୍ବାଗତ ଭାଷଣ ଦେଇଥିବା ବେଳେ ଏଥିରେ ଗ୍ରାମର ପୂର୍ବତନ ସରପଞ୍ଚ ବନମାଳୀ ମେହେର , ଗୈାନ୍ତିଆ ନରେନ୍ଦ୍ର ମେହେର ,ପ୍ରଶାନ୍ତ ସାହୁ,ଡିଲେଶ୍ଵର ମୁଣ୍ଡା, ପ୍ରହଲ୍ଲାଦ କୁମ୍ଭାର, ଭଜରାଜ ଖୁଟଲା, ନରେଶ ଛତର, ଅମିତ ମେହେର, ସୁଆଧିନ ଦେହୁରୀ, ପର୍ହଲାଦ ଚନ୍ଦନ, ପରାଧିନ ଦେହେରୀ, ସୁଷିଳ ମେହେର, ଗୋବିନ୍ଦ ଦେହୁରୀ, ମନୋଜ ମେହେର, ବିକାଶ ଥପା, ରବି ନାଗ,ସୁନୀଳ ମେହେର,ସୁରେସ ଧରୁଆ, ବିଜୁ ଦେହେରୀ, ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେର ଓ ସମ୍ପାଦକ ଭେଲାରାମ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଉକ୍ତ ଗ୍ରାମର ଚୌକିଦାର ରୋହିତ କୁମ୍ଭାର, ଝାଙ୍କର ମକରଧ୍ବଜ ବରିହା ଓ କରକେରୁ ବରିହା ଏବଂ
ସକାଳ ଖବରକାଗଜର ଭଇଁଷା ପ୍ରତିନିଧି ସଚ୍ଚିଦାନନ୍ଦ ମହାକୁର ( ସୁବ୍ରତ )ଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ନାନିତ କରାଯାଇଥିଲା।ଏହି ଭେଟଘାଟ କାର୍ଯ୍ୟକ୍ରମରେ ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ସେମାନଙ୍କୁ ପୁରସ୍କୃତ କରା ଯାଇଥିଲା। ପରିଶେଷରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।