-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବରଗଡ:-ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ଖରମୁଣ୍ଡା ଠାରେ ଥିବା ବଉଲାକଟିଏଁନ୍ କଳା ପରିଷଦ ପକ୍ଷରୁ ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା ।ସଭାସ୍ଥଳ ରେ ଗ୍ରାମର ଆବାଳା ବୃଦ୍ଧବନିତା ଉପସ୍ଥିତ ହୋଇ ସମ୍ମାନ ପୂର୍ବକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁହାର୍ ଭେଟଘାଟ ପରେ କଳାପରିଷଦ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପଶ୍ଚିମ ଓଡ଼ିଶା ର ଗଣପର୍ବ ର ଇତିହାସ ସମ୍ପର୍କ ରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଶ୍ରୀମାନ ଅନିଲ ପଧାନ,ବଶିଷ୍ଠ ବାରିକ ଯୋଗଦାନ କରିଥିବାବେଳେ,ମୁଖ୍ୟ ବକ୍ତା ଭାବେ ଶ୍ରୀମାନ ଲକ୍ଷ୍ମୀଧର ବେହେରା ଯୋଗଦାନ ପୂର୍ବକ ପଶ୍ଚିମ ଓଡ଼ିଶା ଏବଂ ଗଣପର୍ବ ଭାଇଚାର ର ପର୍ବ ଉପରେ ଆଲୋକପାତ କରିଥିଲେ ।ଏ ପରିପ୍ରେକ୍ଷୀରେ କଳା ପରିଷଦ ପକ୍ଷରୁ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ନାଟକ ପରିବେଷଣ କରାଯାଇଥିଲା ।ବିଗତ ୨ ବର୍ଷ ଧରି ମହାମାରୀ କରୋନା ସମୟରେ ଦିବାରାତ୍ର କୁ ଏକାକାର କରି ଲୋକଙ୍କୁ ସଚେତନତା କରିବା ସହ ରୋଗୀ ସେବାରେ ନିଜକୁ ସମର୍ପିଦେଇ ଥିବା ଡାକ୍ତର ସୁଶାନ୍ତ ମେହେର ଙ୍କୁ ଏହି ଭବ୍ୟ ସମାରୋହରେ ମାଁବରଲା କଟିଏଁନ୍ କଳା ପରିଷଦ ର କର୍ମକର୍ତ୍ତା ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ପଧାନ,ସମ୍ପାଦକ ଅଗସ୍ତି ଡନସନା,ଡାକ୍ଟର ଖୁର୍ଡିଆ, ଦିଲ୍ଲିପ ପଧାନ ଙ୍କ ଉପସ୍ଥିତି ରେ କଳା ପରିଷଦ ର ସଦସ୍ୟ ଗଣ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିଲେ ।