-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ସୁବର୍ଣ୍ଣପୁର: ଗତକାଲି ନୁଆଁଖାଇ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ଥିଲା l ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ସମଗ୍ର ଜିଲ୍ଲା ସମେତ ପଞ୍ଚରା ଅଞ୍ଚଳର ଲୋକେ ନିଜନିଜର ଘରେ ପୂଜାର୍ଚ୍ଚନା ପୂର୍ବକ ନବାନ୍ନ ଗ୍ରହଣ କରିଥିଲେ l ସମଲେଶ୍ବରୀ ଙ୍କ ମନ୍ଦିର ରୁ ପାହୁରଯାତ୍ରା ଆରମ୍ଭ ହୋଇ ମା ଖମ୍ବେଶ୍ବରୀ ସୁରେଶ୍ୱରୀ ଙ୍କପୀଠରେ ପହଞ୍ଚିବା ପରେ ଘଣ୍ଟ ଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଅଧିଷ୍ଠାତ୍ରୀ ମାଁ ସୁରେଶ୍ୱରୀ ଙ୍କ ମନ୍ଦିର l ପୂର୍ବରୁ ନୁଆଁଖାଇ ଦିନ ସୁବର୍ଣ୍ଣପୁର ର ପାହୁର ଯାତ୍ରା ମୁଖ୍ୟ ଆକର୍ଷଣ ହୋଇଥାଏ l ଶହ ଶହ ଲୋକେ ଏହି ପାହୁର ଯାତ୍ରା ରେ ସାମିଲ ହୋଇ ଥିଲେ l ସୁବର୍ଣ୍ଣପୁର ଜିଲ୍ଲାରେ ଗାଁ ଗହଳି ଠାରୁଆରମ୍ଭ କରି ସହରାଞ୍ଚଳ ରେଅନେକ ଉତ୍ସାହ ଉଦ୍ଦୀପନା ସହ ନୁଆଁଖାଇ ପର୍ବ ପାଳନ କରାଯାଇଛି l ପରମ୍ପରା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ କେତେକ ଗାଁ ରେ ଥିବା ଗ୍ରାମଦେବୀ ଓ ଇଷ୍ଟଦେବୀ ଙ୍କୁ ପୂଜା ପରେ କୁରେଇ, ଶାଳ, ଭେଲୁଆ ପତ୍ର ରେ ନବାନ୍ନ ଭକ୍ଷଣ କରିଥାନ୍ତି l ନୁଆଁଖାଇବା ପରେ ପରେ ଘର ର ଇଷ୍ଟ ଦେବା ଦେବୀ ଙ୍କୁ ଦର୍ଶନ ପରେ ଗୁରୁଜନ ମାନଙ୍କୁ ସାନ ମାନେ ଜୁହାର ମୁଣ୍ଡିଆମାରିବା ଆଶୀର୍ବାଦ ନେବା ପରମ୍ପରା ରହିଛି l ନୁଆଁଖାଇ ହେଉଛି ପଶ୍ଚିମ ଓଡିଶା ର ମହାନ ଗଣପର୍ବ l ଏହି ଦିନ ପରିବାରରେ ସମସ୍ତେ ଏକାଠି ହୋଇଥାନ୍ତି l ଯିଏ ଯେଉଁଠି ଥାଉନା କାହିଁକି l ନୁଆଁଖାଇ ପାଇଁ ସ୍ୱତନ୍ତ୍ର ବଜାର ବସିଥାଏ l କିଣା ବିକା ପାଇଁ ପ୍ରବଳ ଗହଳି ମଧ୍ୟ ହୋଇଥାଏ l ନୁଆଁଖାଇ ରେ ଆଉ ଏକ ଭାଇଚାରା ର ପରମ୍ପରା ହେଲା ବେଭାର ଆଦାନ ପ୍ରଦାନ l ମୈତ୍ର ଘରକୁ ନୁଆଁଖାଇ ଗୋଟେ ଦିନ ଆଗରୁ ବେଭାର ଦିଆଯାଇଥାଏ l ବେଭାର ରେ ବସ୍ତ୍ର, ପନିପରିବା, ଡାଲି, ଚାଉଳ, ଗୁଡ଼ ବା ଚିନି, ଅଟା, ସୁଜି ଇତ୍ୟାଦି ଦିଆଯାଇଥାଏ l ଉଭୟ ପକ୍ଷରୁ ଏହା ଆଦାନ ପ୍ରଦାନ ହୋଇଥାଏ l ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି । ନୂଆଁଖାଇରେ ଖାଲି ଯେ ଅନ୍ନ ବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ । ପାହୁର ଯାତ୍ରାରେ ଯାଇ ଅଷ୍ଟଚଣୀଙ୍କ ପାଖରେ ସମସ୍ତ ଭୋଗ ଲାଗିହୋଇଥାଏ ।ସୁବର୍ଣ୍ଣପୁର ରେ ପାହୁର ପରମ୍ପରା ଉପରେ ଏକ ସ୍ୱତନ୍ତ୍ରତା ରହିଛି ।ସୋନପୁର ଗଡଜାତର ରାଜା ମହାରାଜାମାନେ ପାହୁର ପରି ଏକ ସ୍ୱତନ୍ତ୍ର ପରମ୍ପରା ଆରମ୍ଭ କରି ଯାଇଛନ୍ତି ନୂଆଁଖାଇ ପାଇଁ ।ରାଜୁଡା ଅମଳର ଏହି ପାହୁର କିନ୍ତୁ ଆଜି ବି ମଳିନ ପଡି ନାହିଁ ।ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗଖଞ୍ଜା କରାଯାଏ ।ମାଁ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଥାନ୍ତି ।ଶହ ଶହ ବର୍ଷ ହେଲା ଏହି ପାହୁର ଯାତ୍ରା ବଡ ଜାକଜମକରେ ପାଳିତ ହେଉଥିବା ବେଳେ ବିଗତ ଦୁଇବର୍ଷ କୋଭିଡ କଟକଣା ପାଇଁ କେବଳ ନିର୍ଦ୍ଦିଷ୍ଟ ରିତୀ ନିତୀରେ ପାଳିତ ହୋଇଥିଲା । ପାହୁରରେ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ପନିପରିବ, ପୀଠାପଣା ପାଇଁ ସାମଗ୍ରୀ ସହିତ ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଇଛି ରାଜୁଡା ଅମଳରୁ ।ପ୍ରତିବର୍ଷ ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟ ବଜାଇ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ସମଲେଶ୍ୱରୀ ପୀଠରୁ ଅଷ୍ଟଚଣ୍ଡୀ ,ଅଷ୍ଟଶମ୍ଭୁ ଓ ହନୁମାନଙ୍କ ପାଇଁ ଯାଇଥାଏ । ଚଳିତ ବର୍ଷ ଅନେକ ଭକ୍ତ ତଥା ଶ୍ରଦ୍ଧାଳୁ ତଥା ନୁଆଁଖାଇ ଭେଟଘାଟ କମିଟି ର ସମସ୍ତ ସଦସ୍ୟ ପାହୁର ଶୋଭାଯାତ୍ରାରେ ବିଭିନ୍ନ ବାନା ବୈରଖସହ ଏହି ପାହୁର ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ। ପରେ ନିର୍ଦ୍ଦିଷ୍ଟ ଲଗ୍ନ ଅନୁଯାୟୀ ସମସ୍ତ ଦେବାଦେବୀଙ୍କ ପାଖରେ ଏସବୁର ଭୋଗ ପ୍ରସ୍ତୁତ ହୋଇ ଲାଗିବା ପରେ ସୋନପୁର ଗଡଜାତର ତଥା ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରିଛନ୍ତି। ନୁଆଁ ଖାଇ ଭେଟ ଘାଟ
କମିଟି ର ଉପଦେଷ୍ଟା ଶ୍ରୀବସ୍ସ ମଲ୍ଲିକ ଙ୍କ ସମେତ ସଭାପତି ଅଭିମନ୍ୟୁ କୁଶଳ, ସତ୍ୟ ନାରାୟଣ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଆନନ୍ଦ ପାତ୍ର, ମାନଭଂଜନ ବେଦବାକ, ପୁରୁଷୋତ୍ତମ ପାଣିଗ୍ରାହୀ, ମନୋରଞ୍ଜନ ତ୍ରିପାଠୀ, ଶେଷ ଦେବ ମେହେର, ନାରାୟଣ ରଥ, ରାଜୁ ରାଓ, ସମୀର ଖଟୁଆ, ଟିଟୁ ପାତ୍ର, ଗୋପାଳ ମେହେର, ଜୟନ୍ତ ବେହେରା, ବୈକୁଣ୍ଠ ଶତପଥୀ ପ୍ରଦୀପ ପୁରୋହିତ ପ୍ରମୁଖ ଅନେକ ସଭ୍ୟ ଏହି ଯାତ୍ରା ରେ ସାମିଲ ରହି ପାହୁର ଯାତ୍ରା ର ଉତ୍ସାହ କୁ ଦ୍ବିଗୁଣିତ କରିଥିଲେ l