-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବଲାଙ୍ଗିର : ବଲାଙ୍ଗିର ଟିକ୍ରାପଡ଼ା ଗାନ୍ଧି ପାଠାଗାର ରେ ସମସ୍ତ ପଡ଼l ବାସୀ ତଥା ସଭ୍ୟ ମାନଙ୍କ ଉପସ୍ଥିତି ରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପାଠାଗାର ର ପ୍ରତିଷ୍ଠାତା ସଭ୍ୟ ବିକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତି ତଥା
ପାଠାଗାର ସଭାପତି ପ୍ରକାଶ ନେପାକ, ବରିଷ୍ଠ ସଭ୍ୟ ଭବାନୀ ଶତପଥି ପ୍ରମୁଖ ନୁଆଁଖାଇ ଶୁଭେଚ୍ଛା ଜଣାଇଥିଲେ l ବରିଷ୍ଠ ସଭ୍ୟ ମଧୁସୂଦନ ନାୟକ ନୁଆଁଖାଇ ପାଳନ ର ବିଭିନ୍ନ ପ୍ରଥା ତଥା ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ l
ଉପସଭାପତି ସନ୍ତକ ବହିଦାର ଓ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ନାଗ ପ୍ରମୁଖ ଭେଟ ଘାଟ କାର୍ଯ୍ୟକ୍ରମର ଆୟୋଜନ କରିଥୁଲେ l ପାଠାଗାର ର ବରିଷ୍ଠ ସଭ୍ୟ ନବୀନ ନନ୍ଦ, ନେପାଳ ମହାରଣା, ସନ୍ତୋଷ ପାଢ଼ୀ, ଅମରଦୀପ ପାଣିଗ୍ରାହୀ, ଭରତ ପୋଢ, ଜନ୍ମେଜୟ ବନଛୋର ଉପସ୍ଥିତ ଥିଲେ lପାଠାଗାର ସମସ୍ତ ସଭ୍ୟ ତଥା ପଡାବାସି ଏହି ଭେଟ ଘାଟ ରେ ଯୋଗଦାନ କରିଥିଲେ l