-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ସମ୍ବଲପୁର (ସଞ୍ଜୀବ କୁମାର ପାଣିଗ୍ରାହୀ) : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ଘୋଷଣା ହେଲା ପରେ ଗତକାଲି ନିଜ ମା' ମାଟି ସମ୍ବଲପୁର ରେ ପାଦ ଦେଲା ପରେ ତାଙ୍କୁ ସମ୍ବଲପୁର ବାସୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା l ଧନୁପାଲିରୁ ଆରମ୍ଭ ହୋଇ ଲକ୍ଷ୍ମୀ ଟୋକିଜ୍ ଦେଇ ମା' ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ପରେ ବିଜେପି କାର୍ଯ୍ୟକର୍ତ୍ତା ଓ ଯୁବ ମୋର୍ଚା ସଭାପତି ଅଶ୍ୱିନୀ ମାଝି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ବିଧାୟକ ଶ୍ରୀ ମିଶ୍ର ଙ୍କୁ ଫୁଲମାଳ ଅର୍ପଣ କରି ସ୍ଵାଗତ ଜଣାଇଥିଲେ l ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିବା ଅନୁଯାୟୀ ବିରୋଧୀ ଦଳର ନେତା ହେବାପରେ ଜନସାଧାରଣଙ୍କ ଯେଉଁଭଳି ହିସାବ ରେ ମନୋଭାବ ଥିଲା ଆଗାମି ୨୦୨୪ ହେବାକୁ ଥିବା ନିର୍ବାଚନର ରଣକୌଶଲ ନୀତି ନିୟମ ସଂଗଠନ ଇତ୍ୟାଦି ବଦଳାଇବା ବା ସହ ସୁନିଶ୍ଚିତ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି କହିଥିଲେ ଏହି ରେଲିରେ ଶହ ଶହ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଜନସାଧାରଣଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ମିଶ୍ରଙ୍କ କହିବା ହିସାବରେ ପାଟି ତାଙ୍କୁ ବିଶ୍ୱାସ କରି ଯେଉଁ ଗୁରୁ ଦାୟିତ୍ବ ଦେଇଅଛି ଆଗାମି ଦିନରେ ବିଧାନ ସଭାରେ ଓଡିଶା ବାସି ଦେଖିବେ ଓଡ଼ିଶାର ପ୍ରଗତି ପାଇଁ ସବୁବେଳେ ମୋର ଦଳର ବିଧାୟକ ମାନଙ୍କୁ ନେଇ ମୁ ଆଗରେ ଲଢେଇ କରିବି ବୋଲି ମନ୍ତବ୍ୟ ଦେଇଥିଲେ