-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||     

HOME   ଜିଲ୍ଲା

ହାତୀ ଆକ୍ରମଣରେ ଜିବର୍ଦ୍ଧନର ମୃତ୍ୟୁକୁ ପୁରିଲା ୪ବର୍ଷ ୯ମାସ,ସ୍କୁଲ ଖୋଲିଲାନି ୩ବର୍ଷ ତଥାପି ବି ପତ୍ନୀକୁ ମିଳିନି ଚାକିରି

29-Aug-2022



ବିନିକା(ହିମାଂଶୁ ଶେଖର ପୁଟେଲ) ହାତୀ ପଳଙ୍କ ଆକ୍ରମଣରେ ଜିବର୍ଦ୍ଧନ କର୍ଣ୍ଣର ମୃତ୍ୟୁକୁ ୪ବର୍ଷ ୯ ମାସ ପୁରିଥିବା ବେଳେ ଆଦର୍ଶ ବିଦ୍ୟାଳୟ ଖୋଲିବାର ଇତି ମଧ୍ୟରେ ୩ବର୍ଷ ବିିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶୃତି  ଜିବର୍ଦ୍ଧନର ପତ୍ନୀ ଜୟନ୍ତୀ କର୍ଣ୍ଣକୁ ଅଦ୍ୟାବଧି ସରକାରୀ ଚାକିରୀ ମିଳି ପାରିନାହିଁ ଯାହା ଫଳରେ ୪ପ୍ରାଣୀ କୁଟୁମ୍ବ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଜଣାପଡିଛି ।ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମର ।ପ୍ରକାଶ ଥାଉ କି ଏହି ପରିବାରର ଏକ ମାତ୍ର ରୋଜଗାର କ୍ଷମବ୍ୟକ୍ତି ଜିବର୍ଧନ ବସରେ କଣ୍ଡକ୍ଟର କାମ କରି ସବୁଦିନ ପରି ରାତି ୯ ଟା ମଧ୍ୟରେ ଘରକୁ ଫେରୁଥିଲା ହେଲେ ସେହି ଅଭିଶପ୍ତ (ତାରିଖ ୨୬/୧୧/୨୦୧୭) ରାତି ତା ପାଇଁ ଶେଷ ରାତି ବୋଲି କେହିବି ଜାଣି ନଥିଲେ। ବାଇକ ଯୋଗେ ଜିବର୍ଦ୍ଧନ ଆସୁଥିବା ବେଳେ ଗାଁ ସ୍କୁଲ ନିକଟରେ ହାତୀପଲ ରାସ୍ତା ପାରି ହେଉଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଜୀବନ ଯାଇଥିଲା ।ଘଟଣା ପ୍ରଘଟ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।ସକାଳେ ଗ୍ରାମବାସୀ ଜିବର୍ଦ୍ଧନର ଶବକୁ ଧରି ସ୍ଥାନୀୟ ବସଷ୍ଟାଣ୍ଡ ଛକ ଠାରେ ସୁବର୍ଣ୍ଣପୁର ବିନିକା ରାଜପଥରେ ବସି ରହି କ୍ଷତିପୂରଣ ବାବଦରେ ଆନ୍ଦୋଳନ କରିଥିଲେ ।ଦୀର୍ଘ ସମୟ ଧରି ରାସ୍ତାରୋକ ଚାଳିବା ପରେ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲା ।ଜିବର୍ଧନ ପରିବାରକୁ ଆର୍ଥିକ ସହାୟତା,ରେଡକ୍ରସ ଫଣ୍ଡରୁ ୧୦ହଜାର ଟଙ୍କା,ଆବାସଘର ଯୋଗାଇଦେବା ସହ ପରିବାର ପରିପୋଷଣ ପାଇଁ ପତ୍ନୀକୁ ସରକାରୀ ଚାକିରୀରେ ଥଇଥାନ କରିବା ନେଇ ଦାବି ହୋଇଥିଲା ।ଉପସ୍ଥିତ ପ୍ରଶାସନ ଅଧିକାରୀ ସମସ୍ତ ଦାବି ପୁରଣ ହେବ ବୋଲି କହିବା ସହ ବିନିକାରେ ଆଦର୍ଶ ବିଦ୍ୟାଳୟ ଖୋଲିଲେ ପତ୍ନୀକୁ ଚାକିରି ମିଳିବ ବୋଲି ଉପଜିଲ୍ଲାପାଳ ଲେଖି ଦେଇଥିଲେ ।ହେଲେ ଅତ୍ୟନ୍ତ ଦୁଃଖର ବିଷୟ ବିନିକାରେ ଗତ ୩ବର୍ଷ ହେଲା ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ ହେଁ ଅଦ୍ୟାବଧି ଜୟନ୍ତୀକୁ ମିଳିନାହିଁ ଚାକିରି ।ଯାହା ଫଳରେ କି ବହୁ ଦୁଃଖକଷ୍ଟରେ ୩ଝିଅ ଗାୟତ୍ରୀ କର୍ଣ୍ଣ(୧୫),ଧରିତ୍ରୀ କର୍ଣ୍ଣ(୧୨),ଅନନ୍ୟା କର୍ଣ୍ଣ(୭)ଙ୍କ ସହ ସ୍ବାମୀ ପରିତକ୍ତା ଜୟନ୍ତୀ ଅଭାବ ଅସୁବିଧାକୁ ସହ୍ୟ କରି ଏବଂ ୩ଝିଅଙ୍କ ଭବିଷ୍ୟତ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଉକ୍ତ ସମସ୍ୟା ନେଇ ଜୟନ୍ତୀ ଗତ ୨୦୨୧ମସିହା ମାର୍ଚ୍ଚ ମାସରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଭେଟିବାରୁ ଶ୍ରୀ ବେହେରା ତୁରନ୍ତ ଏହାର ସମାଧାନ ନେଇ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।ହେଲେ ତାହା ପ୍ରଶାସନିକ ସ୍ତରରେ ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ସେହିପରି ଜୟନ୍ତୀ ଅନେକ ଥର ସ୍ଥାନୀୟ ବିନିକା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ,ଉପ ଜିଲ୍ଲାପାଳ ଓ ପରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କୁ ଭେଟି ସମସ୍ୟା ବାବଦରେ ଗୁହାରି କରି ଆସୁଥିଲେ ମଧ୍ୟ ସୁଫଳ ପାଇପାରି ନାହାନ୍ତି ।ସୂଚନା ଯୋଗ୍ୟ ଯେ ଚାକିରି ବାବଦରେ  ତତ୍କାଳୀନ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ ଆଦର୍ଶ ବିଦ୍ୟାଳୟ ଖୋଲିବା ପରେ ଜୟନ୍ତୀକୁ ଅଗ୍ରାଧିକାର ଭିତ୍ତିରେ ଚାକିରି ମିଳିବ ବୋଲି କହିଥିବା ପ୍ରତିଶ୍ରୁତି କେବେ ପ୍ରତିଦଳିତ ହେବ ନା ପ୍ରତିଶ୍ରୁତିରେ ରହିଯିବ ତାହା ସମୟ ହିଁ କହିବ ।ଅନ୍ୟ ପକ୍ଷରେ ନିଜ ମୁଣ୍ଡରୁ ଚାପ ଦୂର କରିବା ପାଇଁ ବିନିକା ଏବିଇଓ ବସନ୍ତ ଭୋଇ ବିଧିବଦ୍ଧ ଭାବେ ଷଡ଼ଯନ୍ତ୍ର କରି ସ୍କୁଲରେ ଅଧ୍ୟୟନରତ ପ୍ରାୟ ୨୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ  ଶନିବାର ସ୍କୁଲକୁ ଡକାଇଥିଲେ ।ସ୍କୁଲର ଅଧ୍ୟକ୍ଷ ଦସ୍ତଖତ ଦେବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଏତେ କମ ଟଙ୍କାରେ ପରିବାର ଚଲାଇବା ମସ୍କିଲ ଏବଂ ଗ୍ରାମ ଠାରୁ ଦୈନନ୍ଦିନ ୧୬କିମି ଯିବା ଆସିବା କରିବା ପରିବାର ପରିପୋଷଣ ବୋଝ ଉପରେ ନଳିତା ବିଡା ସଦୃଶ ହେବ ବୋଲି ଜୟନ୍ତୀ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷ ସୌମ୍ୟ ରଂଜନ କ୍ଷେତିଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ନୂତନ ଭାବେ ୨ଜଣ ଡି ଗ୍ରେଡ କର୍ମଚାରୀ ପୋଷ୍ଟିଂ ପାଇ କାର୍ଯ୍ୟରେ ଯୋଗଦାନ କରିସାରି ଥିବା ବେଳେ ରାତ୍ର ଜଗୁଆଳି ପଦବୀ ପୂରଣ ହୋଇନଥିବା ପ୍ରକାଶ କରିଥିଲେ। ବିଶ୍ଵସ୍ଥ ସୂତ୍ରରୁ ଜଣାଯାଏ ଯେ କୁଆଡେ ବର୍ତମାନ ପାଇଁ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଅନୁଯାଇ ଡି ଗ୍ରେଡ ପୋଷ୍ଟ ପୂରଣ ହୋଇଥିବା ବେଳେ ସ୍ବାମୀ ପରିତକ୍ତା ଜୟନ୍ତୀ ଓ ତା ପରିବାରର ଭବିଷ୍ୟତ ଜୀବନ ଅନିଶ୍ଚିତତା ଆଡ଼କୁ ଚାଲି ଯାଇଥିବା ସନ୍ଦେହ ସୃଷ୍ଟି କରିଛି । ତେବେ ଅସହାୟ ଜୟନ୍ତୀ ପରିବାର ଉପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ କର୍ତ୍ତୁପକ୍ଷଙ୍କ ଆଶୀର୍ବାଦ କେବେ ପଡ଼ିବ,ତତ୍କାଳୀନ ଉପ ଜିଲ୍ଲାପାଳଙ୍କ ଲେଖା କେବେ କାର୍ଯ୍ୟକାରୀ ହେବ ନା ଜୟନ୍ତୀକୁ ପୁଣି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026

You Might Also Like