-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ନବରଙ୍ଗପୁର/ ବିଭିନ୍ନ ହିନ୍ଦୁ ସଙ୍ଗଠନ ମାନଙ୍କ ସଂଘବଦ୍ଧ ସମ୍ମିଳନୀ ଓ ମଟରସାଇକେଲ ରେଲିରେ କମ୍ପିଲା ଉମରକୋଟ ବ୍ଲକର ସିଲାଟି ଗାଁ। ଧର୍ମ ଯୋଦ୍ଧା ସଂଗଠନ, ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ମାନେ ଏକ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଜୟ ଶ୍ରୀ ରାମ, ଜୟ ଭବାନୀ, ଭାରତମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେଲା ସିଲାଟି ଗାଁ। ହିନ୍ଦୁ ମହାସଂଘ ରାଷ୍ଟ୍ରିୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର, ଧର୍ମ ଯୋଦ୍ଧା ସଂଗଠନର ଓଡ଼ିଶା ସଭାପତି ସତ୍ୟ ସାମଲ , ବିଶ୍ବ ହିନ୍ଦୁ ପରିଷଦର ସୁନୀଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଗଣେଶ ରାୟ, ସୁକେଶ ସରକାର, ବିଟୁ ବିଶ୍ବାସ, ମନୋହର ସେନା,
ମିଲୁ ପଣ୍ଡା, ମୁନା ମଣ୍ଡଳ, ଧନଞ୍ଜୟ ବବାଲି, ସୁସାନ୍ତ ସରକାର, ରାଧାକାନ୍ତ ପାଢ଼ୀ, ହିତେନ୍ଦ୍ର ସିଂ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ସମସ୍ତଙ୍କୁ ଭଗବତ ଗୀତା ପଢ଼ିବାକୁ ଅନୁରୋଧ କରିଥିଲେ l ଧର୍ମ ଯୋଦ୍ଧା ସଂଗଠନର ସତ୍ୟ ସାମଲ ହିନ୍ଦୁ ମାନଙ୍କୁ ସଂଗଠିତ ରହିବା ପାଇଁ କହିଥିଲେ।
(ରିପୋର୍ଟ: ମିହିର ଶଙ୍କର ପାତ୍ର,ନବରଙ୍ଗପୁର)