-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଲୋଇସିଂହା ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଭାସ କୁମାର ବାଗଲାଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ସମ୍ମାନିତ ଅତିଥି ଭାବରେ ଲୋଇସିଂହା ତହସିଲଦାର ସମ୍ପୁର୍ଣ୍ଣା ନନ୍ଦ ବେଜ୍, ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଲୋଇସିଂହା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହାକୁ ଗୋଲଡେନ୍ ଆୱାର କୁହାଯାଏ l ଏହି ସମୟ ମଧ୍ୟରେ ଆହତ ବ୍ୟକ୍ତିକୁ ଡାକ୍ତରଖାନା ପହଞ୍ଚାଇ ପାରିଲେ ଆହତ ବ୍ୟକ୍ତିକୁ ବଞ୍ଚାଯାଇ ପରିବ l ଫାଷ୍ଟ ରେଷ୍ପଣ୍ଡର ଭାବରେ ପିଡିତଙ୍କ ପାଇଁ ଜରୁରୀ କାଳିନ ସହାୟତା ବ୍ୟବସ୍ଥା କରିବାକୁ ୧୧୨କୁ କଲ କରିବା ପାଇଁ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ ରାସ୍ତା କଡରେ ଥିବା ଚା ଦୋକାନି, ପାନ ଦୋକାନି ତଥା ସ୍ୱେଚ୍ଛାସେବୀମାନେ ତାଲିମ ଗ୍ରହଣ କରିଥିଲେ l ତାଲିମଦାତା ଭାବରେ ରାମ ନାରାୟଣ ଦାଶ, ଦୁର୍ଯ୍ୟୋଧନ ପଶାୟତ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦ, ରଶ୍ମିରାଣୀ ଦାଶ, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ମଦନ ମୋହନ ପ୍ରଧାନ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସେକ୍ସନ ଅଫିସର କୁତାର୍ଥ କାଲସାଏ, ଜେ.ଆର.ଏ. ଶ୍ରୀକାନ୍ତ ନାଏକ, ମହାବିଦ୍ୟାଳୟ
ଯୁବ ରେଡକ୍ରସ ପରାମର୍ଶଦାତା ମାନସ ରଞ୍ଜନ କୁମାର, ହିମାଂଶୁ ମହାକୁର, ଏନ୍.ଏସ୍.ଏସ୍ ଅଧିକାରୀ ଜଗ ମୋହନ ଦର୍ଜୀ ଏବଂ ଏନ୍.ସି.ସି. କ୍ୟାପଟେନ ପ୍ରଦୀପ କୁମାର ବଗର୍ତ୍ତି ଉପସ୍ଥିତ ରହି ବିଶେଷ ଭାବରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମକୁ ରକ୍ଷକ ତାଲିମଦାତା ଡ. ଦୈତାରୀ ପୁଝାରୀ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ମୋଟର ଯାନ ପରିକ୍ଷକ କାହ୍ନୁ ଚରଣ ବାନରା ଧନ୍ୟବାଦ ଅର୍ପଣ କରିଥିଲେ l