-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||     

HOME   ଜିଲ୍ଲା

ନରସିଂହଙ୍କ ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ- ପୁର୍ତ୍ତ, ବିଜୁଳି ଓ ଜନସ୍ୱାସ୍ଥ୍ୟ ଯନ୍ତ୍ରୀଙ୍କୁ ନେଇ ସମସ୍ୟା ସମ୍ପର୍କରେ ଆଲୋଚନା

23-Aug-2022



ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ)- ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ରେ ବିଜୁଳି, ପାଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ରେ ଥିବା ସମସ୍ୟା ସବୁର ସମାଧାନ କରିବା ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଲେଜ ପରିସରରେ ଏକ ବୈଠକ କରିଛନ୍ତି । ମେଡିକାଲ କଲେଜରେ ଥିବା ସମସ୍ୟାକୁ ନେଇ ବିଗତ ଦିନରେ କଲେଜ ଛାତ୍ର ସଂସଦ ତରଫରୁ ବିଧାୟକଙ୍କୁ ଭେଟି ଡାକ୍ତରି ଛାତ୍ରମାନେ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଯାହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଆଜି ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପାର୍ବତି ମୋହନ ପରିଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ଏବଂ ବିଜୁଳି ବିଭାଗିୟ ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମେଡିକାଲ କଲେଜ ଡିନ୍ ଡା. ସବିତା ମହାପାତ୍ର ଏବଂ ଭାଇସପ୍ରିନ୍ସିପାଲ ଡା. ମାନସୀ ପଣ୍ଡା କଲେଜରେ ବିଜୁଳି ଓ ପିଇବା ପାଣିକୁ ନେଇ ଥିବା ସମସ୍ୟା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ବିଭାଗ ତରଫରୁ ଏହାର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ବୋଲି କହିଥିଲେ । ଏପରି କି ପାଠ ପଢୁଥିବା ଡାକ୍ତରୀ ଛାତ୍ରୀମାନେ ପର୍ଯ୍ୟାପ୍ତ ହଷ୍ଟେଲ ନ ଥିବା କୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ ବାଢିଥିଲେ । ଏ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରିବେ ବୋଲି ଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ଏଠାରେ ଅନବରତ ପାଣି ଓ ବିଜୁଳି ସେବା ଯେମିତି ରହିବ ସେ ଉପରେ ସେ ନିଶ୍ଚିତ ଭାବରେ ସରକାରଙ୍କ ସହ ଆଲୋଚନା କରିବେ, ତା ସହ ବିକଳ୍ପ ବ୍ୟବସ୍ଥା ସ୍ୱରୁପ ଯେହେତୁ ବିଜୁଳି ବିଭ୍ରାଟ ହେଲେ ପାଣି ଯୋଗାଣ ସମସ୍ୟା ଉପୁଜୁଛି ତେଣୁ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ଥା କରିବାକୁ ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜନସ୍ୱାସ୍ଥ୍ୟ ବିଭାଗ ର ଯାହା କିଛି ବି ର ସମସ୍ୟା ଉପୁଜୁଛି କଲେଜ କର୍ତ୍ତୃପକ୍ଷ ତୁରନ୍ତ ବିଭାଗକୁ ଜଣାନ୍ତୁ ଏବଂ ତାର ସୁଚନା ଆମ ନିଜ ପ୍ରତିନିଧି ପବିତ୍ର ବେହେରାଙ୍କୁ ମଧ୍ୟ ପ୍ରଦାନ କଲେ ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ଭାବରେ ତତ୍ପରତା ଦେଖାଦେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଗାମୀ ଦିନରେ ରାଜ୍ୟରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭଳି ଭୀମ ଭୋଇ ମେଡିକାଲ କଲେଜରେ ମଧ୍ୟ ପୁର୍ତ୍ତ, ବିଜୁଳି ଓ ଜନସ୍ୱାସ୍ଥ୍ୟ ବିଭାଗର ଏକ ଏକ ଶାଖା କାର୍ଯ୍ୟାଳୟ ଖୋଲିବାର ବ୍ୟବସ୍ଥା ନିଶ୍ଚିତ ଭାବରେ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । କଲେଜ ଉଦ୍‌ଘାଟନ ହେବାର ଅଳ୍ପ ବର୍ଷ ମଧ୍ୟରେ ନିମ୍ନମାନର କାମ ଯୋଗୁଁ କଲେଜ କୋଠାରେ ଫାଟ ସୃଷ୍ଟି ହେବା ସହ ଛାତମାନଙ୍କରୁ ପାଣି ଗଳୁଛି । ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପୁର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗାମୀ ଦିନରେ ଯେପରି ବିଜୁଳି ସମସ୍ୟା ନ ହେବ ସେ ଦିଗରେ ଧ୍ୟାନ ଦେବାକୁ ଉପସ୍ଥିତ ବିଜୁଳି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯନ୍ତ୍ରୀ ବିଜନ କୁମାର ଜେନା, ଅଜୟ ଜେନା, ବ୍ରହ୍ମେଶ୍ୱର ଦାଶ, ବିଧାୟକ ଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ମନୀଷ ମିଶ୍ର, ଜନସ୍ୱାସ୍ଥ୍ୟ ପ୍ରତିନିଧି ପବିତ୍ର ବେହେରା, ପୁର୍ତ୍ତ ପ୍ରତିନିଧି ଜୁଲୁ ପଟ୍ଟନାୟକ, ବୁଲୁ ଦାନି, ପୌର ପ୍ରତିନିଧି ଅଜୟ ବାଲି, କୁଳ ସାହୁ, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026

You Might Also Like