-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ନାକଟିଦେଉଳ(କନ୍ଦପ ବେହେରା) ନାକଟିଦେଉଳ ବ୍ଲକ୍ ର ୫ଟି ପଂଚାୟତରେ ପଞ୍ଚାୟତସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ା ଏହି ଶିବିରରେ ହାଡ,କାନ,ତଥା ବିଭିନ୍ନ ବିଭାଗର ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରାଯାଇଥିଲା ସେମାନଙ୍କୁ ପରବର୍ତ୍ତି ସମୟରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ । ଏହି ଶିବିରରେ ଡାକ୍ତର ସନ୍ତାେଷ କୁମାର ମିଶ୍ର,ଡାକ୍ତର ଡାକ୍ତରସଚ୍ଚିତାନନ୍ଦ ଖାଲିଆ , ଡାକ୍ତରସୁଲତା ପତି ,ଡାକ୍ତର ଭବାନି ମୁଦୁଲି,ଡାକ୍ତର ସୌରଭ ସ୍ବାଇଁ ପ୍ରମୁଖ ଭିନ୍ନକ୍ଷମ ମାନକଙ୍କୁ ପରୀକ୍ଷା କରିଥିଲେ ା ନାକଟିଦେଉଳ ବ୍ଲକ୍ପାଣିମୋରା,କିସିଣ୍ଡା,ବଳମ୍,ନାକଟିଦେଉଳ, ସରାପାଲି ଆଦି ଗ୍ରାମପଂଚାୟତରେ ୨୭୭ ଡଣ ଭିନ୍ନକ୍ଷମକୁ ପରୀକ୍ଷା କରାଯାଇଥିଲା ା ବ୍ଲକ୍ ପ୍ରଶାସନ ତରଫରୁ ପଦାଧିକାରୀମାନେ ଯୋଗଦେଇ ଏହି ଶିବିରରେ ସହଯୋଗ କରିଥିଲେ ା