-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ) ରାଜ୍ୟସଭା ସାଂସଦ ନିରଞନ ବିଶି ବଲାଙ୍ଗୀର ନୂତନ ବସ ଟର୍ମିନାଲକୁ ପରିଦର୍ଶନ କରିଛନ୍ତି । ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ବିଶି ଓଡିଶାର ସାମୂହିକ ବିକାଶ ପାଇଁ ରାଜ୍ୟର ନବୀନ ସରକାର କାର୍ଯ୍ୟ କରି ଆସୁଛନ୍ତି । ଆଦିବାସୀ ଛାତ୍ରାବାସ ନିକଟରେ ନୂତନ ବସ ଟର୍ମିନାଲ ନିର୍ମାଣ କରାଯାଇଥିବାରୁ ଆଦିବାସୀ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ । ବସଷଷ୍ଟାଣ୍ଡରେ ରହିଥିବା ବିଭିନ୍ନ ଅସୁବିଧା ପର୍ଯ୍ୟାୟକ୍ରମେ ଦୂର ହେବ ବୋଲି ପ୍ରକାଶ କରିବା ସଙ୍ଗେ ଘରୋଇ ବସ ମାଲିକ ସଂଘର ପ୍ରସ୍ତାବିତ କର୍ଯ୍ୟାଳୟ ସ୍ଥାନକୁ ପରିଦର୍ଶନ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଜନସମସ୍ୟା ଓ ଆଦିବାସୀ ସମାଜର ସମସ୍ୟାକୁ ରାଜ୍ୟସଭାରେ ଉତଥାପନ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ
ତାଙ୍କ ଉଦ୍ୟମ ଜାରି ରହିବ ବୋଲି କହିବା ସଙ୍ଗେ ଆଦିବାସୀ ସମାଜର ବିକାଶ ପାଇଁ ସେ ସଂକଳ୍ପିତ ବୋଲି କହିଥିଲେ । ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ ମଞ୍ଚାସୀନ ଥିଲେ । ବସ ମାଲିକ ସଂଘର କର୍ମାଚାରୀ, ବସଷ୍ଟାଣ୍ଡ କର୍ମାଚାରୀ ଓ ମା ଶକ୍ତି କାଫେ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଫେଡେରେସନ ପକ୍ଷରୁ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରରେ ସଂଘର ବରିଷ୍ଠ ସଭ୍ୟ ଡମ୍ବରୁଧର ଆଚାର୍ଯ୍ୟ, ମନୋଜ ଗୁରୁ, ମାନସ ରଞନ ନାୟକ, ସତ୍ୟ ପ୍ରକାଶ ପତି, ହିମାଂଶୁ ନାଏକ, ପିଣ୍ଟୁ ପଟ୍ଟନାୟକ, ସରୋଜ ଗୁରୁ, ପ୍ରାଣନାଥ ପଧାନ, ଭବାନୀଶଙ୍କର ପଟେଲ, ମୁନା ଶତପଥି, ସୁରେଶ ହରିପାଲ, ପାରିଶ ପଟେଲ, ଅରୁଣ ବରାଇ, ଧ୍ରୁବରାଜ ସିଂଦେଓ, ରିଙ୍କୁ ଭୋଇ, ଟିକୁ ନନ୍ଦ, ଲକି ସାହ,ୁ, ଜୟନ୍ତ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।