-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ନୟାଗଡ଼ /ଗଣିଆ, (ବିଜୟଲକ୍ଷ୍ମୀ ରାଉତ) - ରାଜାରାଜୁଡା ଶାସନ ସମୟରୁ ଗଣିଆ ଅଂଚଳର ବେଲପଡା ଗ୍ରାମରେ ରାମଲୀଳା ରେ ମୁଖା ହନୁମାନ ବେଶ ଓଡିଶା ପ୍ରସିଦ୍ଧ | 1977 ମସିହାରୁ ଏହି ହନୁମାନ ମୁଖା ବେଲପଡା ଗ୍ରାମର ଦଧିବାମନ ମନ୍ଦିର ରେ ପୂଜା ପାଇ ଆସୁଥିଲେ | ଦଶପଲ୍ଲା ତହସିଲଦାର ଙ୍କ ସଭାପତିତ୍ୱ ରେ ଦଧିବାବନ ଜୀଉ ଟ୍ରଷ୍ଟ ରେ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଙ୍କ ତତ୍ଵାବଧାନ ରେ ଦଧିବାମନ ଙ୍କର ମନ୍ଦିର ର ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେଉଛି | ଦୀର୍ଘ 43ବର୍ଷ ପରେ ଏହି ଦଧିବାମନ ମନ୍ଦିର ପରିସରରେ ହନୁମାନ ମନ୍ଦିର ଟିଏ ଗଢି ଉଠିଛି | ମନ୍ଦିର ପରିସରରେ ହୋଇଥିବା କାରୁକାର୍ଯ୍ୟ ବେଶ ମନୋହର | ଗ୍ରାମବାସୀ ଙ୍କର ବହୁତ ପ୍ରଚେଷ୍ଟାରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ମନ୍ଦିର ଟି ଆଜି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ମନ୍ଦିର ଚତୁର୍ପାଶ୍ୱରେ ଅବତାର ମୂର୍ତ୍ତି ଗୁଡିକ ଦେଖିଲେ ଲାଗୁଛି ସତେ ଯେମିତି ଜୀବନ୍ତ ଅବସ୍ଥାରେ ପ୍ରଭୁ ଶ୍ରୀରାମ, ବିଷ୍ଣୁ, ମହାଦେବ, ନୃସିଂହ ସମସ୍ତେ ବେଲପଡା ଗ୍ରାମକୁ ବିରାଜ ମାନ କରିଛନ୍ତି | ଧନ୍ୟ ସେ କାରିଗର ଯିଏ ମୂର୍ତ୍ତି ଗୁଡିକୁ ଜୀବନ୍ତ ରୂପ ଦେଇପାରିଛନ୍ତି | ମନ୍ଦିର ପରିବେଶ ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଯଦି କେହି ନାସ୍ତିକ ବ୍ୟକ୍ତି ଅକସ୍ମାତ ମନ୍ଦିର ପରିସର ଭିତରକୁ ଚାଲିଯାଏ ତେବେ ସେ ସେହିମୁହୂର୍ତ୍ତରୁ ଈଶ୍ୱର ପ୍ରେମୀ ପାଲଟିଯିବ | ମନ୍ଦିର ପ୍ରତିଷ୍ଠା, ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ ଗ୍ରାମବାସୀ ଙ୍କର ସୁ ସହଯୋଗ ରେ ମଙ୍ଗଳ ବାର ଠୁଁ କଳସ ଶୋଭାଯାତ୍ରା ରୁ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟା ମୂର୍ତ୍ତି ଆସନ ଅଧିଗ୍ରହଣ ପର୍ଯ୍ୟନ୍ତ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ହୋଇଥିଲା l