-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଭିତରେ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଲେଖିଲେ ଚିଠି। ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। କୋଭିଡ୍ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ହେବ , ସେଥିପାଇଁ ଟାଇମ ଫ୍ରେମ୍ ପ୍ରସ୍ତୁତ କରାଯାଉ। ଯାହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ସୂଚନାନୁସାରେ ମହାମାରୀକୁ ଦୃଷ୍ଟିରେ ରଖି ଦୀର୍ଘ ସମୟ ଧରି ସ୍କୁଲ , କଲେଜ ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢୁଛନ୍ତି। ପରୀକ୍ଷା ମଧ୍ୟ ଅନଲାଇନ ଯୋଗେ ହେଉଛି। କିନ୍ତୁ ସ୍କୁଲ ଖୋଲିଲେ ବୋର୍ଡ ପରୀକ୍ଷା କରାଯିବ। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର।