-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
(ପ୍ରେରଣା ଖବର) ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉତ୍ତେଜନା ମଧ୍ୟରେ ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଲଗାତାର ନିଜ ଶକ୍ତି ବଢ଼ିବାରେ ଲାଗିଛି। ଚୀନ ବର୍ତ୍ତମାନ ସୀମାରେ ଆହୁରି ଯୁଦ୍ଧ ବିମାନ ନିୟୋଜିତ କରିପାରେ। ପିପୁଲ୍ସ ଲିବେରେସନ ଆର୍ମି ପଶ୍ଚିମ ଥିଏଟର୍ କମାଣ୍ଡକୁ ଦେଶର ପଶ୍ଚିମାଞ୍ଚଳରେ J-16 ଯୁଦ୍ଧ ବିମାନ ନିୟୋଜିତ କରିବାକୁ କୁହାଯାଇଛି!!*ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ନିଜର ଅଫିସିଆଲ ୱିଚାଟ ଆକାଉଣ୍ଟରେ ଏକ ଲେଖା ପୋଷ୍ଟ କରି କହିଛି ଯେ ପିଏଲଏରେ ଏୟାର ଫୋର୍ସ ସହ ଜଡିତ ଏକ ବ୍ରିଗେଡ ନିକଟରେ ୟୁନିଟର ବ୍ୟାପକ ଯୁଦ୍ଧ କ୍ଷମତା ଯାଞ୍ଚ କରିଥିଲେ ଓ କ୍ଷମତା ବଢାଇବାକୁ ଏୟାର ଟୁ ଏୟାର ଅଭ୍ୟାସ କରିଥିଲେ!! ରିପୋର୍ଟରେ କୁହାଯାଇଛି ଯେ, ବିମାନଗୁଡିକୁ ଦେଶର ପଶ୍ଚିମାଞ୍ଚଳରେ ଚୀନର ସୁରକ୍ଷା ପାଇଁ କମିଶନ ଦିଆଯାଉଛି। J-16 ଯୁଦ୍ଧ ବିମାନ ଚୀନ ଦ୍ୱାରା ନିର୍ମିତ ତୃତୀୟ ପିଢ଼ିର ଯୁଦ୍ଧ ବିମାନ। J-16 ଏକ ଋଷର ଫାଇଟର ଜେଟ ସିରିଜର ଯୁଦ୍ଧ ବିମାନ। କିନ୍ତୁ ଏଥିରେ ଚାଇନିଜ ଉପକରଣ ଲାଗିଛି। ଏହି ଯୁଦ୍ଧ ବିମାନ ଡବଲ ଇଞ୍ଜିନଯୁକ୍ତ, ଟୁ-ସିଟର ମଲ୍ଟିରୋଲ ଫାଇଟର ଜେଟ। ଏହି ବିମାନ ଥରକେ ଅତିକମରେ ୮ ଟନ ଓଜନର ଅସ୍ତ୍ର ନେବାରେ ସକ୍ଷମ। ତେବେ କେତେ ଯୁଦ୍ଧ ବିମାନ ନିୟୋଜିତ କରାଯାଇଛି ସେ ସମ୍ପର୍କରେ କୁହାଯାଇନାହିଁ!!* ଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ଦେଶ ନିଜ ତରଫରେ ଭାରି ସଂଖ୍ୟାରେ ସେନା ନିୟୋଜିତ କରିଛନ୍ତି। ଲଦାଖରେ ହାଡଭଙ୍ଗା ଥଣ୍ଡାରେ ମଧ୍ୟ ଭାରତୀୟ ସେନା ସୀମାରେ ନିୟୋଜିତ ଅଛନ୍ତି। ଲଦାଖ କ୍ଷେତ୍ରରେ ଭାରତ ନୂଆ କିଣିଥିବା ରାଫେଲ ବିମାନ ନିୟୋଜିତ କରିଛି। ପୂର୍ବ ଲଦାଖରେ ଚୀନ ସହ ବିବାଦ ସମାଧାନ ନେଇ ଅନେକଥର ସୈନ୍ୟ ସ୍ଥରରେ କଥାବାର୍ତ୍ତା ହୋଇଛି ଏବଂ ଆଗକୁ ମଧ୍ୟ ହେବାର ସମ୍ଭାବନା ରହିଛି!!