-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||     

HOME   ଜିଲ୍ଲା

ଭିଜନ କ୍ଲିନ ସୋନପୁର - ସମସ୍ତଙ୍କ ଆନ୍ତରିକ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଭିଜନ କୁ ସାକାର କରିବ

14-Jul-2022



ସୋନପୁର ସହରକୁ ରାଜ୍ୟର ସ୍ୱଚ୍ଛତମ ସହର ଭାବେ ଗଢି ତୋଳିବା ନିମନ୍ତେ ଭିଜନ"କ୍ଲିନ ସୋନପୁର " ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଗତ ତା 30/06/22 ରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଥିଲା l ସେହି ଯୋଜନା ଅନୁଯାୟୀ ତା 13/07/22 ରୁ ଭିଜନ କ୍ଲିନ ସୋନପୁର କୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌରପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଛି l କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନ ରେ ସୋନପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ଙ୍କ ତତ୍ୱାବଧାନରେ ସମସ୍ତ ସ୍ୱଚ୍ଛସାଥି, ସୁପରଭାଇଜର, ଟେକ୍ସ ସଂଗ୍ରାହକ, ତଥା ସମସ୍ତ ସ୍ଥାନୀୟ ପୌର ପରିଷଦ କାଉନସିଲର ପ୍ରମୁଖ  ସହର କୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ନିମନ୍ତେ ପୌର ପରିଷଦ ତରଫରୁ ଅନୁଷ୍ଠିତ ସ୍ୱଛତା ସଚେତନତା ରାଲି ରେ ଯୋଗଦାନ କରିଥିଲେ l ଏହି ରାଲି ସହର ସ୍ଥିତ କସ୍ତୁରୀ ହୋଟେଲ ଛକ ଠାରୁ କଚେରୀ ଛକ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ମାଳିକ ମାନଙ୍କୁ ନିଜ ନିଜର ପ୍ରତିଷ୍ଠାନ ଗୁଡ଼ିକରୁ ଦୈନନ୍ଦିନ ବାହାରୁଥିବା ଅଳିଆ ଆବର୍ଜନା ଗୁଡିକର ଉପଯୁକ୍ତ ପରିଚାଳନା, ସଂଗ୍ରହ ଓ ନିର୍ଗମଣ, ସ୍ୱତନ୍ତ୍ର ଆବର୍ଜନା କୁଣ୍ଡ ର ବ୍ୟବହାର, ନିର୍ଦ୍ଧିଷ୍ଟ ସମୟରେ ବ୍ୟବହାରିକ ଫୀ ପୈଠ କରିବା, ପ୍ରତିଷ୍ଠାନ ସମ୍ମୁଖରେ ଥିବା ସର୍ବସାଧାରଣ ନାଳରେ ଅଳିଆ ଆବର୍ଜନା କୁ ନ ପକାଇ ନିର୍ଦ୍ଧିଷ୍ଟ ବ୍ୟବହୃତ ଆବର୍ଜନା କୁଣ୍ଡର ବ୍ୟବହାର କୁ ସୁନିଶ୍ଚିତ କରିବା ନିମନ୍ତେ ସାମୁହିକ ଭାବେ ସଚେତନତା କରାଇଥିଲେ l ପରେ ପରେ ମଧ୍ୟାହ୍ନ ରେ କ୍ଲିନ ସୋନପୁର ନିମନ୍ତେ ନିୟୋଜିତ ସ୍ୱତନ୍ତ୍ର ନୋଡାଲ ଅଧିକାରିଣୀ ତଥା ଡେପୁଟି କଲେକ୍ଟର ଶ୍ରୀମତୀ ଇପ୍ସିତା ମିଶ୍ର ଙ୍କ ତତ୍ୱାବଧାନରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱଚ୍ଛ ସାଥି, ସମ୍ପୃକ୍ତ କାଉନସିଲର, ପୌର ପରିଷଦ ର କର୍ମଚାରୀ ପ୍ରମୁଖ ସହର ର ବିଭିନ୍ନ ଅଂଚଳକୁ ଯାଇ ଆବାସିକ ଗୃହ ମୁଖ୍ୟ ଙ୍କ ସହ ପ୍ରତ୍ୟକ୍ଷ ସାକ୍ଷତ ଆଲୋଚନା କରି ଘରେ ବ୍ୟବହୃତ ପାଇଖାନା ର ବର୍ଜ୍ୟ ନିର୍ଗମଣ ନଳ, ଯାହା ସିଧା ସଳଖ ସର୍ବସାଧାରଣ ନାଳରେ ସଂଯୋଗ ରହିଛି ତାହାକୁ ସମ୍ପୂର୍ଣ ବନ୍ଦ କରି ବର୍ଜ୍ୟ ନିର୍ଗମଣ ପାଇପ କୁ 31ଜୁଲାଇ 2022 ସୁଦ୍ଧା ସ୍ୱତନ୍ତ୍ର ଟାଙ୍କି ନିର୍ମାଣ କରି ସଂଯୋଗ କରିବାକୁ ଚେତାବନୀ ଦେଇଛନ୍ତି l ପୁନଶ୍ଚ ସନ୍ଧ୍ୟାରେ ଉପ ଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନେତୃତ୍ୱରେ ମୁଖ୍ୟ ରାସ୍ତାରେ ଆମ୍ବେଦକର ଛକ ଠାରୁ ଦିନେଶ କିରାନା ଦୋକାନ ପର୍ଯ୍ୟନ୍ତ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ର ମାଳିକ ତଥା ରାସ୍ତାକଡ଼ ଉଠାଦୋକାନୀ, ଠେଲା ଦୋକାନୀ ପ୍ରଭୁତିଙ୍କୁ ସ୍ୱଚ୍ଛ ସୋନପୁର ପରିପ୍ରେକ୍ଷୀରେ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଉପରେ ସଚେତନତା କରାଇବାସହ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ଚଢ଼ାଉ କରାଯାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାଳିକଙ୍କୁ ଜୋରିମାନା କରାଯାଇ

ନଗଦ ଟଂ 2200/-ଙ୍କା ଆଦାୟ କରାଯାଇଥିଲା l ପୁନଶ୍ଚ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଆବାସିକ ଗୃହ ମାଳିକ ମାନଙ୍କୁ ପ୍ରତିଷ୍ଠାନ ତଥା ଆବାସିକ ଗୃହ ସମ୍ମୁଖରେ ଥିବା ସର୍ବସାଧାରଣ ନାଲା କୁ 24 ଘଣ୍ଟା ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ କଡା ନିର୍ଦେଶ ଦେଇଛନ୍ତି ଉପ ଜିଲ୍ଲାପାଳ ସୋନପୁର l ସୋନପୁର ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ l ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ,ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ଭିଜନ"କ୍ଲିନ ସୋନପୁର" କୁ ସାକାର କରିବାକୁ ଅନୁରୋଧ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   23-Aug-2026
  ଜିଲ୍ଲା  
*ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026

You Might Also Like