-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ବରଗଡ:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନସ୍ଥ ଢୋଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ଉଭେୟେ ମିଶି ପାଠ ପଢନ୍ତି। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ, ସମୁଦାୟ ଆଠ ଟି ଶ୍ରେଣୀ ସକାଶେ ମାତ୍ର ୪ ଜଣ ଶିକ୍ଷକ।ପାଠ ପଢା କେମିତି ହେଉଥିବ ତାହା ଆପଣ ମାନେ ଆକଳନ କରନ୍ତୁ ।ଏ ପଟେ ସରକାର ଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ, କେଉଁଠି ଜଣେ ଶିକ୍ଷକରେ ଶିକ୍ଷାଦାନ ଚାଲିଛି ତ ଆଉ କେଉଁଠି ସ୍କୁଲ ମାନଙ୍କରେ ଶିକ୍ଷକ ଅଭାବ ।ଏ ପରି ପରିସ୍ଥିତି ରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି । ଶିକ୍ଷକ ଅଭାବ ସମ୍ପର୍କରେ ପଦ୍ମପୁର ବିଇଓ କାର୍ଯ୍ୟାଳୟ କୁ ଗ୍ରାମବାସୀ ମାନେ ଯାଇ ବିଇଓ ମହାଶୟ ଙ୍କୁ ଶିକ୍ଷକ ଅଭାବ ବିଷୟରେ ଅବଗତ କଲାପରେ ଜଣେ ଶିକ୍ଷକ ଦେଇଥିଲେ ସତ ହେଲେ ଶିକ୍ଷକ ଜଣକ ଦୁଇ ତିନି ଦିନ ଆସିଲାପରେ, ପୁଣି ତାଙ୍କୁ ଅନ୍ୟତ୍ର କାହିଁକି ବଦଳି କରିଦିଆଯାଇଛି ତାହା ସନ୍ଦେହ ଘେରରେ। ଗ୍ରାମବାସୀ ନୟାନ୍ତ ହୋଇ ଶେଷରେ ସ୍କୁଲ ଗେଟ୍ ରେ ତାଲା ଦେବା ସାଙ୍ଗକୁ ଧାରଣା ରେ ବସିଛନ୍ତି।