-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ବଲାଙ୍ଗିର (ପ୍ରେରଣା ଖବର) ବର୍ଷା ମାସ ଆସିବା ସହିତ ସାପ କାମୁଡା ଘଟଣା ବଢିବାରେ ଲାଗିଛି । ଗତକାଲି ରାତିରେ ସର୍ପ ଦଂଶନରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ସଦରଥାନା କଗାଁରେ ଘଟିଛି ଏପରି ଅଘଟଣ । ଗତକାଲି ରାତିରେ ଚର୍ତୁଭୁଜ ଧରୁଆଙ୍କ ନଅ ବର୍ଷର ଝିଅ ରାବଣୀ, ଘରେ ଶୋଇଥିବା ସମୟରେ ସାପ କାମୁଡି ଦେଇଥିଲା । ତାପରେ ରାବଣୀ ଚିତ୍କାର କରିବାରୁ ପରିବାର ଲୋକେ ସଂଗେ ସଂଗେ ରାବଣୀକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲୁଥିବା ସମୟରେ ରାବଣୀଙ୍କର ମୃତ୍ୟୁ ହୋଇଥିଲା । ପୋଲିସକୁ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ ଜାରୀ ରଖିଛି । ଝିଅକୁ ହରାଇ ଚର୍ତୁଭୂଜଙ୍କ ପରିବାରରେ ଶୋକର ଛାୟା ଖେଲିଯାଇଛି ।