-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ସୋନପୁର/ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର) -ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପେକ୍ସର ଡାଟା ଏଣ୍ଟ୍ରି ଅପରେଟର ଚାଷୀଙ୍କୁ ହଇରାଣ କେରୁଥିବା ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଛି । ଉକ୍ତ ପେକ୍ସ ଅନ୍ତର୍ଗତ ଚାଷୀମାନେ କରିଥିବା ଅଭିଯୋଗରେ ଦର୍ଶଇଛନ୍ତି ଯେ, ଧାନ ବିକ୍ରୀ ସମୟରେ ସହଲା ପେକ୍ସର ଡାଟା ଏଣ୍ଟ୍ରୀ ଅପରେଟର ଜାଣିଶୁଣି ଚାଷୀଙ୍କୁ ହଇରାଣ କରୁଛନ୍ତି । ଉଚିତ ସମୟରେ ଧାନ ବିକ୍ରୀ କରିବା ପାଇଁ ନେଇଥିଲେ ମଧ୍ୟ ଆଖି ଫଟୋ କଲେ ନାହିଁ ଯାହାଦ୍ୱାରା ଚାଷୀଙ୍କ ଧାନବିକ୍ରୀ ଟୋକନ ଲେପ୍ସ ହୋଇ ଯାଇଛି । ବର୍ତ୍ତମାନ ଧାନ ମିଲକୁ ଯାଇଥିଲେ ମଧ୍ୟ ସେମାନେ ଟଙ୍କା ପାଇ ପାରିଲେ ନାହିଁ । ସମିତିର ସଂପାଦକଙ୍କ ଆଦେଶକୁ ମଧ୍ୟ ସେ ଅବମାନା କରୁଛନ୍ତି । ଏହାର ମୂଲ କାରଣରେ ସେମାନ ଦର୍ଶାଇଛନ୍ତି ଯେ, ଗତ ପଞ୍ଚାୟତ ନିର୍ବାଚନରେ ଡିଇଓଙ୍କ ବାପା ସରପଞ୍ଚ ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ । ତାଙ୍କୁ ଭୋଟ ନ ଦେବାରୁ ଡିଇଓ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଗୋଟିଏ ସେବା ସମୟବାୟ ସମିତିରେ ବାପା ସଭାପତି ଏବଂ ପୁଅ ଡିଇଓ ହୋଇଥିବାରୁ ମନମାନୀ କାର୍ଯ୍ୟ ଚାଲିଛି । ଏପରିକି ଡିଇଓ ତାଙ୍କର ଧାନ କେବେ ମଣ୍ଡିକୁ ନ ଆଣି ସିଧା ସଳଖ ବିକ୍ରୟ କରୁଥିବା ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ପେକ୍ସ ହୋଇଥିବା ଟୋକନରେ ଧାନ ବିକ୍ରିର ଅନୁମତି ଦେବା ସହିତ ପେକ୍ସରୁ ଉଭୟ ବାପପୁଅଙ୍କୁ ବହିଷ୍କାର କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଠାରେ ଅଭିଯୋଗ କରିଛନ୍ତି ।