-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ସିନ୍ଦୁରପୁର ପନ୍ଚାୟତ ର ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ବାଲ୍ୟବିବାହ ନିରାକରଣ ଅଧିକାରୀ ଲଷ୍ମୀପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବରେ ଶିଶୁ ମନ୍ଗଳ ସମିତିର ଅଧ୍ୟକ୍ଷ ମଧୂସୁଦନ ପଧାନ,ଜିଲ୍ଲା ସମାଜ ମନ୍ଗଳ ଅଧିକାରୀ ଗୌରୀମଣୀ ହାନ୍ସଦା,ଜିଲ୍ଲା ବାଲ୍ୟବିବାହ ପରାମର୍ଶଦାତା ରାକେଶ ପଧାନ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ଅଧିକାରୀ କେଶବ ମେହେର ଓ ପରାମର୍ଶଦାତା ପ୍ରଶାନ୍ତ ମହାକୁଡ଼,ସରପନ୍ଚ କଳାକାନ୍ହୁ ସୁନା,ମହିଳା ପରିଦର୍ଶିକା ସୁରନ୍ଜନା ସାହୁ,ଇଲାବତୀ ଭୋଇ,ଚାଇଲଡ଼ ଲାଇନ ସଦସ୍ୟ ସୁଦାମ ଗାଇଗରିଆ ଓ ଗାୟତ୍ରୀ ବହିଦାର,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଶିକ୍ଷକ,ୱାର୍ଡସଭ୍ୟ ମାନେ ଯୋଗ ଦେଇ ବାଲ୍ୟବିବାହ ନିରାକରଣ ବିଷୟରେ ଆଲୋଚନା କରିଥିଲେ।