-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||     

HOME   ଜିଲ୍ଲା

ବିଭାଗୀୟ ମନ୍ତ୍ରୀ ବଦଳିଲେ , ବଦଳିଲାନି ବଲାଙ୍ଗୀର ବନବିଭାଗର ନୀତିଅନୀତି ! ବେଆଇନ ଗଛକଟା , ବନୀକରଣ ଦୁର୍ନୀତି , ମନରେଗା ଘୋଟାଲାଠୁଁ ବଦଳିଛଦଳି ପର୍ଯ୍ୟନ୍ତ ?

13-Jul-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଇତିମଧ୍ୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ହୋଇ ବୌଦ୍ଧର ବରିଷ୍ଠ ବିଧାୟକ ପ୍ରଦୀପ ଅମାତ ଜଙ୍ଗଲମନ୍ତ୍ରୀ ହେବା ପରେ ଆଶା କରାଯାଉଥିଲା ଯେ ପଡୋଶୀ ଅତିକମ୍ ରେ ପଡୋଶୀ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ବନବିଭାଗ ଉପରେ ଉଠୁଥିବା ଜନଅସନ୍ତୋଷ ଓ ଅଭିଯୋଗର ତଦନ୍ତ ହୋଇ ସରକାରଙ୍କ  ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ । କିନ୍ତୁ ଅଦ୍ୟାବଧି ତାହାର ସଂକେତ ମିଳିନାହିଁ  !

ବଲାଙ୍ଗୀର ଡିଭିଜନ ଓ ସୋନପୁର ଡିଭିଜନର ଦାୟିତ୍ୱରେ ରହିଛନ୍ତି ଜଣେ ଆଇ ଏଫ ଏସ୍ ନୀତିଶ କୁମାର । ଜଣେ ସର୍ବଭାରତୀୟ ସ୍ତରୀୟ ଅଧିକାରୀଙ୍କ ଠାରୁ ପୂର୍ବାପେକ୍ଷା ଅଧିକ ସ୍ବଚ୍ଛତା , ସୁପରିଚାଳନା ଓ ଦକ୍ଷତା ଆଶା କରାଯାଉଥିବା ବେଳେ ଏଠାରେ ବହୁ ଅଭିଯୋଗ ଓ ଚର୍ଚ୍ଚା ଏହି ଦୁଇ ଡିଭିଜନରେ ଉଠିଛି ।
 ବନୀକରଣ, କାମ୍ପା, ଏଭେନ୍ୟୁ ପ୍ଲାଣ୍ଟେସନ , ମନରେଗା , ଆମ ଜଙ୍ଗଲ ଯୋଜନା, ବନ୍ୟ ପ୍ରାଣୀ ସୁରକ୍ଷାଠାରୁ ଜଙ୍ଗଲଧ୍ବଂସର କାରଣ ଗଛକଟା ଇତ୍ୟାଦି ସହ ଜଙ୍ଗଲ ବିଭାଗ ଅଧୀନରେ ଥିବା ଖଣିଜଦ୍ରବ୍ୟର ଚୋରାଚାଲାଣ ଇତ୍ୟାଦି ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇ ସରକାର ତଥା ଲୋକଲୋଚନକୁ ଆସିଛି । ଲୋଇସିଂହା ଅଞ୍ଚଳରେ ଖଣିଜପଦାର୍ଥ ଉପରେ ମାଫିଆଙ୍କର ଲୋଲୁପଦୃଷ୍ଟି ପଡିଥିବା ଘଟଣା ସହିତ ପୂର୍ବ ମାମଲାର ତଦନ୍ତରେ ଅଗ୍ରଗତିରେ ଅହେତୁକ କାଳକ୍ଷେପଣ ହେଉ ବା ହାତୀମୃତ୍ୟୁ ଘଟଣା , ଗୁଲମୀ ନିକଟସ୍ଥ ପାହାଡରେ  ମାଫିଆଙ୍କ ସହ ବିଭାଗୀୟ କର୍ମଚାରୀଙ୍କ ସଲାସୁତୁରାରେ ରତ୍ନପଥର ଚୋରାଖୋଳା ବେଳେ ଆଦିବାସୀ ମଜୁରିଆଙ୍କ ମୃତ୍ୟୁଘଟଣା ହେଉ ବା  ଲାଠୋର ରେଞ୍ଜ୍ ର ଭାଲୁକନା ଏବଂ କଣ୍ଟାବାଞ୍ଜି ରେଞ୍ଜ୍ ର ତୁଲଣ୍ଡି ଚାରାରୋପଣ କାମର ଶ୍ରମିକଙ୍କ ମଜୁରୀ ହଡପ ଅଭିଯୋଗ ହେବାରୁ ରେଞ୍ଜରଙ୍କ ସାମ୍ବାଦିକଙ୍କୁ ଟଙ୍କା ଯାଚୁଥିବା ଭାଇରାଲ୍ ଭିଡିଓ ଘଟଣା ହେଉ , ପାଟଣାଗଡ ରେଞ୍ଜ ର ଲରମ୍ଭା ସେକ୍ ସନ୍ ର ଦୁଇଜଣ ଫରେଷ୍ଟର ଓ ଫରେଷ୍ଟଗାର୍ଡ ଟ୍ରାକ୍ଟର ଛାଡିବାକୁ ଲାଞ୍ଚ ନେଇ ନିଲମ୍ବିତ ଘଟଣା ହେଉ ବା ବଲାଙ୍ଗୀର ସହରରେ ଜିଲ୍ଲାପାଲଙ୍କ ବାସଭବନ ସଂଲଗ୍ନ ଆର୍ ଡି  ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ର କାର୍ଯ୍ୟାଳୟ ପରିସରରେ ସଦ୍ୟ ମୂଲ୍ୟବାନ ଗଛ ସମେତ ବହୁଗଛର ବେଆଇନ ଗଛକଟା ଘଟଣାକୁ ଚପାଇଦେବାର ଅପଚେଷ୍ଟା ହେଉ ; ସବୁଠି କେଳେଙ୍କାରୀର ଅଭିଯୋଗ ପ୍ରକାଶ ପାଇ ଆସୁଛି । ଖୋଦ୍ ଡିଏଫ ଓ ' ଗଛ କାଟିବାରେ କୌଣସି ଅନୁମତିର ଆବଶ୍ୟକତା ନାହିଁ । ଗଛ ଉଠାଇବାକୁ ସେମାନେ ଅନୁମତି ଆବେଦନ କରିଛନ୍ତି ' ବୋଲି ସଫେଇ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଣୁ ଏଭଳି ହାସ୍ୟାସ୍ପଦ ଯୁକ୍ତିର  ନୀତିକୁ ସରକାର ଆଉଥରେ ତର୍ଜମା କରିବା ଆବଶ୍ୟକ ।

ସଂପ୍ରତି ଫରେଷ୍ଟଗାର୍ଡଙ୍କ ବଦଳିରେ ଦୁର୍ନୀତିର ଗନ୍ଧ । ପ୍ରଥମ ଦଫାରେ ୪୦ ଜଣଙ୍କର ବଦଳି ତାଲିକା ବାହାରିଥିଲା । ପୁଣି ବ୍ୟାକ୍ ଡେଟ୍ ରେ    ଜୁନ୍ ୧୫ ତାରିଖ ପରେ ଡିଏଫ ଓ ଦିଲ୍ଲୀ ଯାଇଥିବା ବେଳେ ସମ୍ଭବତଃ ତାଙ୍କ ସହମମତିରେ ପୁଣି ଏକ ୨୦ ଜଣିଆ ବଦଳିତାଲିକାରେ କିଛିଲୋକଙ୍କ ବଦଳି ବାତିଲ କରାଯାଇ ପୂର୍ବସ୍ଥାନରେ ରଖାଗଲା ଓ ପୁଣି ଏଭଳି ଏପଟସେପଟ କରାଯାଇଥିବା ଜଣାଯାଇଛି । ଏଥିରେ ଜଣପିଛା ୩୦ ହଜାର ଟଙ୍କା ଲେଖାଏଁ ଉତ୍କୋଚ ନିଆ ଯାଇଥିବା ବିଭାଗୀୟ ଚର୍ଚ୍ଚା ହେଉଛି । 

ଏଣୁ ବଲାଙ୍ଗୀର ଓ ସୋନପୁର ବନବିଭାଗର ଦୁଇଟି ଡିଭିଜନର କାର୍ଯ୍ୟକଳାପ ପ୍ରତି ବିଭାଗୀୟ ମନ୍ତ୍ରୀ ଦୃଷ୍ଟିଦେବାକୁ ଲୋକେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026
  ଜିଲ୍ଲା  
ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   22-Aug-2026
  ଜିଲ୍ଲା  
ଖବର ଆଜିର   22-Aug-2026

You Might Also Like