-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ମୁରିବାହାଲ/ ମୁରିବାହାଲ ଥାନା ଅନ୍ତର୍ଗତ ମୁଟିବlହାଲ କଣ୍ଟାବାଞ୍ଜି ରେଲୱେ ସଲେପଡା ଭୂତଳ ପୋଲ ପାଖରେ ଦୁଇ ଜଣ ପ୍ରେମୀ ଯୁଗଳଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇ ଥିବା ଜଣାପଡିଛି l ମିଳିଥିବା ତଥ୍ୟ ଅନୁସାରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତ ଦେହ ରେଳ ଲାଇନ କଡରେ ପଡି ଥିବା ଦେଖା ଯାଇଛି। ଦୁହେଁ ଆଜକୁ ଛଅ ମାସ ହେବ ପ୍ରେମ କରି ଘରୁ ବାହାରି ଅନ୍ୟତ୍ର ରହୁଥିଲେ l
ହେଲେ ଗତକାଲି ବିଳମ୍ବିତ ରାତ୍ରୀରେ ଟ୍ରେନ ରେ କଟି ମୃତ୍ୟୁ ହୋଇ ଥିବା ଜଣାଯାଏ। ମୃତ୍ୟୁ ହୋଇ ଥିବା ଯୁବକ ଜଣକ ମୂରିବ।ହାଳ ଥାନା ଅନ୍ତର୍ଗତ ଘଣ୍ଟବାହlଲ୍ ର ଉଦୟ ରଣାଙ୍କ ପୁତ୍ର କୃଷ୍ଣ ରଣା (୨୦) ହୋଇଥିବା ବେଳେ ମହିଳା ଜଣଙ୍କ ହେଲେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାଲଦlସ ଗ୍ରାମର ଟୁନୁ ରଣା ଙ୍କ ସ୍ତ୍ରୀ ପୂଜା ରଣା। ଏ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଦୁହେଁ ଘରୁ ବାହାରି ଅନ୍ୟତ୍ର ରହୁଥିବା ବେଳେ ଗତକାଲି ମୁରିବାହାଲ ଥାନାକୁ ଦୁହେଁ ଆସି ଫେରାର ହୋଇଥିବା ଘଟଣାର ଦୁହେଁ ଏବଂ ଦୁଇ ପରିବାର ମଧ୍ୟରେ ସମାଧାନ ହୋଇଥିବା ଜଣାପଡିଛି ।
।