-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
11-Jul-2022
ମୁରିବାହାଲ /ମୁରିବାହାଲ ବ୍ଲକ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମ ଠାରେ ମୂରିବlହାଲ ବନ ବିଭାଗ ପକ୍ଷରୁ ଚଢାଉ କରି କେନ୍ଦୁ ଗଣ୍ଡୀ ସହ ଏକ ପିକ ଅପ୍ ଜବତ ହୋଇଥିବା ଜଣାଯାଏ । ସୂଚନା ମୁତାବକ ମୁରିବାହାଲ ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଇଁତଳା ସେକସନ୍ ଫରେଷ୍ଟର ଧ୍ରୁବ ଚରଣ ବଗର୍ତ୍ତୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା l ଏହି ସମୟରେ ଟିକରାପଡ଼ା ଗୁଡିଘାଟ ରାସ୍ତାର ଅନ୍ତର୍ଲା ଗ୍ରାମ ଠାରେ ଏକ ବୋଲେରୋ ମେକ୍ସ ପିକ୍ ଅପ ଗାଡି ନମ୍ୱର୍ ଓ ଆର୍ ୦୩ ଡି ୦୭୦୯ କେନ୍ଦୁ ଗଣ୍ଡୀ ଗାଡ଼ିରେ ନେଇ ଯାଉଥିବା ବେଳେ ଚଢାଉ କରି ୨୫ ଖଣ୍ଡ କେନ୍ଦୁ ଗଣ୍ଡୀ ସହ ଗାଡ଼ି ଜବତ କରି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଦୁଇ ଜଣ ଅଭିଯୁକ୍ତ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଙ୍କ ପୁତ୍ର ଜଗଦୀଶ ବାରିକ୍ ଓ ବରଗଡ଼ ମେଳଛାମୁଣ୍ଡ ଥାନା ଅନ୍ତର୍ଗତ ତେମ୍ଳି ଗ୍ରାମର ଝ।ଙ୍କାରଙ୍କ ପୁତ୍ର ଥବିର୍ ପୋଡ଼ ବୋଲି ଜଣା ଯାଇଛି। ଜବତ କାଠର ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାଯାଏ। ଏହି ଚଢାଉ ରେ ଯଇନ୍ତର। ବିଟ ଫରେଷ୍ଟ ଗାର୍ଡ ସୁମନ୍ତ ଧରୁଆ, କାର୍ଲା ବିଟ ର ସ।ନ୍ତୁନୁ ସିଂନିନା ଙ୍କ ସହ ବନ ବିଭାଗର ଆ ଇ ପି ସି ଇ ଏ ସ୍କୁ ଆଡ ଦଳ ସାମିଲ ହୋଇ ଥିଲେ।