-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
11-Jul-2022
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ)- ସ୍ଥାନୀୟ ଯାଦବ ଭବନ ଠାରେ ପ୍ରଶାନ୍ତ ଖମାରୀଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିଲା । ବିଗତ ବର୍ଷର ବାର୍ଷିକ ଆୟ ବ୍ୟୟ, କଳାକାରମାନଙ୍କର ସମସ୍ୟା ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ରାଜ୍ୟସ୍ତରୀୟ ନଟରାଜ କଳା ପରିଷଦ କଳା ପ୍ରଦର୍ଶନ କରିବ ତାହା ନେଇ ପ୍ରସ୍ତାବ ହୋଇଥିଲା । ଏହି ଅବସରରେ ନୂତନ କର୍ମକର୍ତ୍ତା ମନୋନିତ ହୋଇଥିଲେ । ହରିନାରାୟଣ ପୁଝାରୀ (ନରୀ) ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ସତ୍ୟବ୍ରତତ ଆଚାର୍ଯ୍ୟ, ସଂପାଦକ - ପ୍ରହଲ୍ଲାଦ ଦର୍ଜି, ସହ-ସଂପାଦକ କିଶୋର ଜାଲ, କୋଷାଧ୍ୟକ୍ଷ - ଜତିନ୍ଦ୍ର ପଟେଲ ମନୋନୀତ ହୋଇଥିବା ବେଳେ ଏହି ବୈଠକରେ ବଳରାମ ରାଉତ, ରାମ ପ୍ରସାଦ ଦାଶ, ଗୋପାଳ ବରାଇ, ଲଳିତ ପୁଝାରୀ, ନବଘନ ଦାଶ, ସ୍ୱରୁପା ସିଂହ, ରୀମା ବାଗ, ପଙ୍କଜିନି ପୋଡ, ପାୟଲ ପୋଡ, କଳ୍ପନା ବ୍ୟାସ, ସସ୍ମିତା ବ୍ୟାସ ଉପସ୍ଥିତ ଥିଲେ । ଶେଷରେ ଲକ୍ଷ୍ମଣ ଠାକୁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଗାମୀ ତୃତୀୟ ଶନିବାର ଦିନ ଶପଥ ଗ୍ରହଣ ଓ ଜଳାବିଷେକ ହେବ ବୋଲି ନଟରାଜ କଳା ପରିଷଦ ସୂଚନା ଦେଇଛନ୍ତି ।