-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
(ପ୍ରେରଣା ଖବର) - ଗାଙ୍ଗୁଲି ଏକ ଭର୍ଚୁଆଲ କନଫରେନ୍ସରେ କହିଛନ୍ତି ଯେ, ସାଢ଼େ ଚାରି ମାସ ମଧ୍ୟରେ ୨୨ଥର କୋଭିଡ ଟେଷ୍ଟ କରିଛି। ହେଲେ ଥରୁଟିଏବି ପଜିଟିଭ ଚିହ୍ନଟ ହୋଇନାହିଁ। ମୋ ଆଖପାଖ ଲୋକେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ମୁଁ ସେଥିପାଇଁ ଏତେଥର କୋଭିଡ ଟେଷ୍ଟ କରିଛି। ସେ ଆହୁରି କହିଛନ୍ତି ଯେ, ମୁଁ ମୋ ବୃଦ୍ଧ ବାପା-ମାଙ୍କ ପାଖରେ ରହୁଛି। ଯେତେବେଳେ ମୁଁ ଦୁବାଇ ଯିବାକୁ ବାହାରିଲି ସେତେବଳେ ମୋତେ ବହୁତ ଭୟ ଲାଗିଥିଲା ନିଜ ପାଇଁ ନୁହେଁ ପୁରା ପରିବାର ପାଇଁ ବୋଲି ଗାଙ୍ଗୁଲି କହିଛନ୍ତି!!*ଗାଙ୍ଗୁଲି ଆହୁରି କହିଛନ୍ତି ଯେ, କରୋନା କାଳରେ ବିସିସିଆଇ ଟିମ୍ ସଫଳତାର ସହ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖୁବ୍ ଭଲ ଭାବେ ସମ୍ପାଦନା କରିଛନ୍ତି। ଯାହା ଏକ ଗର୍ବର ବିଷୟ ବୋଲି ଗାଙ୍ଗୁଲି କହିଛନ୍ତି। ୟୁଏଇରେ ହୋଇଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟ ଚଳିତ ଥର ବାୟୋ ବବଲ ମଧ୍ୟରେ ଖେଳା ଯାଇଥିଲା। ବାୟୋ ବବଲରେ ପାଖାପାଖୀ ୪୦୦ ଖେଳାଳି ଥିଲେ। ସମସ୍ତଙ୍କ ରହିବା ଖାଇବାର ପିଇବାର ସୁବନ୍ଦବ୍ୟବସ୍ଥା ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପାଖାପାଖୀ ୩୦ରୁ ୪୦ ହଜାର କରୋନା ଟେଷ୍ଟ ହୋଇଥିବା ନେଇ ଗାଙ୍ଗୁଲି କହିଛନ୍ତି!!*