-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
07-Jul-2022
ପାଟଣାଗଡ/ବଲାଙ୍ଗିର ( ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ଗାଁ ରେ ଜଣେ ମୃତ। ସୂଚନାଯୋଗ୍ୟ ଯେ ଖପ୍ରାଖୋଲ ବ୍ଳକ ମହୁରୁଣ୍ଡି ଗାଁ ର ଡିଙ୍ଗର ବୁଡେକ ଙ୍କ ଝିଅ ବିଳାସିନୀ (୨୯) ମରୁଆଁ ଗାଁ ର ନରେନ୍ଦ୍ର ବନଗୁଲା କୁ ଗତ ଫାଲ୍ଳଗୁନ ମାସରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଠିକ୍ ଭାବରେ ରହିଥିବା ବେଳେ ନରେନ୍ଦ୍ର ମଦ୍ୟପାନ କରି ଉତ୍ପାତ ହେବା ସହ ବିଲାସିନୀକୁ ପିଟାପିଟି କରୁଥିବା ପରିବାର ଲୋକେ କହିଛନ୍ତି। ଏମିତି ସବୁବେଳେ ଝଗଡ଼ା କରୁଥିବା ବେଳେ ଝିଅ ର ପରିବାର ଲୋକେ ଥରେ ଘରକୁ ଧରି ଆଣିଥିଲେ। ବୁଝାସୁଝା କରିବା ପରେ ପୁଣି ଶାଶୁ ଘର କୁ ଛଡ଼ା ଯାଇଥିଲା ବୋଲି ମୃତକଙ୍କ କାକୀ କହିଛନ୍ତି। ଗତକାଲି ରାତିରେ ଦୁଇ ଜଣଙ୍କ ମତାନ୍ତର ହେବାରୁ ଅଲଗା ଅଲଗା ହୋଇଥିବା ମୃତକଙ୍କ ସ୍ବାମୀ କହିଛନ୍ତି। ସକାଳୁ ମୃତ୍ୟୁ ଖବର ପାଇବା ପରେ ମହୁରୁଣ୍ଡି ଗାଁ ଲୋକେ ଆସି ପାଟଣାଗଡ଼ ଥାନା କୁ ଯାଇ ଅଭିଯୋଗ କରିଛନ୍ତି।ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ଯେ ହତ୍ୟା ନାଁ ଆତ୍ମହତ୍ୟା।