-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2022
ପଦ୍ମପୁର , ଆଜି ହେଉଛି ପବିତ୍ର ରଥଯାତ୍ରା,ଆଜି ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା, ରଥାରୁଢ ହୋଇ ରାଜାପଡା ଠାରୁ ବାହାରି ଶାନ୍ତିନଗର ସ୍ଥିତ ମାଉସୀ ମନ୍ଦିରକୁ ବିଜେ କଲେ l ଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ରଥ ଯାତ୍ରା ହୋଇପାରି ନଥିଲା । ଏ ବର୍ଷ ରଥଯାତ୍ରା ହେଉଥିବାରୁ ଭକ୍ତଙ୍କ ମନରେ ଅତ୍ୟନ୍ତ ଉତ୍ସାହ ଭରି ରହିଥିଲା । ରଥଯାତ୍ରା ସମୟରେ ଭକ୍ତ ମାନଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା ।ଏଥିରେ ରାଜପରିବାର ର ପ୍ରତାପ ସିଂ ବରିହା,ସିଦ୍ଧାର୍ଥ ସିଂ ବରିହା,ଗୋଲ୍ଡି ସିଂ ବରିହା, ମହାପ୍ରଭୁ ଙ୍କ ଛେରପ୍ରହରା କରି ମହାପ୍ରଭୁ ରଥ ରେ ବିରାଜମାନ କରିଥିଲେ
। ରଥର ଆଗେ ଆଗେ ଘୁଙ୍ଗୁରା ନାଚ ଗୀତରେ ନାଚି,ନାଚି,ଗାଈ,ଗାଈ, ତାଳେ ତାଳେ ଯାଉଥିଲେ ଯାହାକି ଅତ୍ୟନ୍ତ ଆକର୍ଷଣୀୟ ପରିବେଷିତ ହେଉଥିଲା । ରଜା ପଡା ର ରଥଯାତ୍ରା ପୂଜା କମିଟିର କର୍ମକର୍ତ୍ତା ବଳି ନାୟକ,ଯୁଗଳ କିଶୋର ସାହୁ(ବୁଲୁ),ଜଗବନ୍ଧୁ ପୋଢ,ନବ ବରିହା,ଜୟରାମ ମହାପାତ୍ର,ଇତ୍ୟାଦି ବରିଷ୍ଠ ନାଗରିକ ଉପସ୍ଥିତ ରହି ରଥ କୁ ଶାନ୍ତି ଶୃଙ୍ଖଳା ସହିତ ସୁପରିଚାଳନା କରିଥିଲେ ।ଶାନ୍ତି ଶୃଙ୍ଖଳା ପାଇ ପୋଲିସ ମଧ୍ୟ ମୁତୟନ ଥିଲେ।
(ପଦ୍ମପର ରୁ ନରହରୀ ବଗର୍ତ୍ତୀଙ୍କ ରିପୋର୍ଟ)