-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
30-Jun-2022
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ) ,:ଟିଟିଲାଗଡ଼ ପୌରପରିଷଦ କାର୍ଯ୍ୟାଳୟକୁ ପୌରପରିଷଦ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ କାର୍ଯ୍ୟାଳୟ କୁ ଆସି ନିଜ କାର କୁ ମୁଖ୍ୟ ଗେଟ ରେ ରଖି ଦେଇ ଯାତାୟାତ ଠପ କରିଦେବା ଦେଖାଯାଉଛି । ପ୍ରକାଶ ଯେ,ଚଳିତ ନିର୍ବାଚନ ରେ ମମତା ଦେବୀ ଜୈନ ବିଜେପି ଦଳ ରୁ ବିଜୟୀ ହୋଇ ପୌରପରିଷଦ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ସେ ଏହି ପୌରପରିଷଦ କାର୍ଯ୍ୟାଳୟ କୁ ଆସିଲେ ତାଙ୍କ ଦାମୀ କାର କୁ ମୁଖ୍ୟ ଗେଟ ରେ ଛିଡା କରେଇ ରଖିଥାନ୍ତି । ଯଦ୍ବାରା ଅନ୍ୟ କର୍ମଚାରୀ ଙ୍କ ସହ ସାଧାରଣ ଲୋକେ ହଟହଟା ହେବା ସାର ହେଉଛି । ସେହିପରି ଦୀର୍ଘ ସମୟ ଧରି ପାର୍କିଂ ବ୍ୟବସ୍ଥା ନ ଥିବା ବେଳେ ଉକ୍ତ ଗାଡି ଛିଡା ରହୁଥିବା ନେଇ ଅସନ୍ତୋଷ ଦେଖା ଦେଇଛି । ଉପଯୁକ୍ତ ସ୍ଥାନରେ ନିଜ ଗାଡି ନ ରଖି ଏଭଳି ରାସ୍ତା ଅବରୋଧ ଆଇନ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ବଡ଼ ଲୋକ ଙ୍କୁ ଉତ୍ତର ନ ଥିବା ବେଳେ ନିଜେ ଏକ ଦାଇତ୍ଵ ସମ୍ପର୍ଣ୍ଣ ପଦବୀ ରେ ରହି ଉକ୍ତ ନିୟମ ର ଖିଲାପ କେତେ ଯୁକ୍ତିଯୁକ୍ତ ?