-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
30-Jun-2022
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ଗ୍ରାମରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣକ ମୃତ୍ୟୁ ଘଟିଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭଣ୍ଡାର ଗ୍ରାମର ପଳଉ ଭୁଏ(୪୦) l ଘଟଣାରୁ ପ୍ରକାଶ ଖରିଫ ଚାଷ ପାଇଁ ପ୍ରସ୍ତୁତ ଚାଷୀ ପଲଉ ନିଜ ଚାଷ ଜମିରେ ପଲ୍ଲା ପକାଉଥିବା ବେଳେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ଫଳରେ ସେ ବଜ୍ରାପାତର ସଂସ୍ଵର୍ଷରେ ଆସି ବେହୋସ ହୋଇପଡ଼ିଥିଲା ଚାଷ ଜମିରେ ଥିବା ତାଙ୍କ ପରିବାର ଓ ସାଥି ତୁରନ୍ତ ଏକ ଅଟୋ ଯୋଗେ ବିନିକା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଚାଷୀ ପଲଉଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।