-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
30-Jun-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଜଗନ୍ନାଥ ମନ୍ଦିରରେ ତିନି ପ୍ରଭୁଙ୍କ ନେତ୍ରୋତ୍ସବ ଗତକାଲି ବୁଧବାର ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି ।ଚିତ୍ରକର ସେବକ ଠାକୁରଙ୍କ ନେତ୍ରରେ ଶେଷ ସ୍ୱର୍ଶ ଦେବାପରେ ପୂଜକଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା ମନ୍ଦିରରେ ବିରାଜମାନ ତିନି ପ୍ରଭୁଙ୍କୁ ପାଟବସ୍ତ୍ର ପରିଧାନ କରି ନବଯୌବନ ବେଶରେ ସଜାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମି ଥିଲା । ଏହାପରେ ମନ୍ଦିର ନୀଳଚକ୍ରରେ ନେତ ବନ୍ଧା ଯାଇ ପ୍ରତିଷ୍ଠା କରାଯିବା ପରେ ପ୍ରଭୁଙ୍କ ଅନ୍ନଭୋଗ ଲାଗି ହୋଇଥିଲା ।ମନ୍ଦିରରୁ ଆଜ୍ଞାମାଳ ନେଇ ପ୍ରଭୁଙ୍କ ସେବାୟତ ଘଣ୍ଟ ଶଙ୍ଖର ତାଳେ ତାଳେ ଏକ ଶୋଭାଯାତ୍ରାରେ ରଥ ଥିବା ସ୍ଥାନକୁ ଯାଇ ଜଗନ୍ନାଥଙ୍କ ନନ୍ଦିଘୋଷ,ବଳଭଦ୍ରଙ୍କ ତାଳଧ୍ଵଜ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମୁଣ୍ଡିରେ ଧ୍ୱଜା ବନ୍ଧା ଯାଇଥିଲା । ଏହି ଅବସରରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକର ରଥ,ନଗରପାଳ ସୁବାସ ଚନ୍ଦ୍ର ଭୋଇ,ଉପନଗରପାଳ ତପସ୍ୱିନୀ ମେହେର,ଅଗ୍ନିଶମ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆଙ୍କ ସମେତ ଶୀତଳ ପ୍ରସାଦ ମହାକୁର ସୋମନାଥ ମିଶ୍ର,ସୁଧାଂଶୁ ଦାଶ,ରଞ୍ଜନ ମିଶ୍ର,ସନ୍ତୋଷ ସାହୁ,ଦୀନବନ୍ଧୁ ମେହେର,ହାଡୁ ମେହେର,ପୀତବାସ ମେହେର,ନବୀନ ପୁରୋହିତ,ନାରାୟଣ ପାଢ଼ୀ,ପୂଜକ ଉମା ବଲ୍ଲଭ ଷଡ଼ଙ୍ଗୀ ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ,ରଥ ଯାତ୍ରା ପରିଚାଳନା କମିଟି ସଦସ୍ୟ,ବିନିକା ପୋଲିସ,ବିଜ୍ଞାପିତ ଅଞ୍ଚଳ ପରିଷଦ, ତହସିଲ,ବିଦ୍ୟୁତ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।