-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
30-Jun-2022
ସୁବର୍ଣ୍ଣପୁର/ ସୋନପୁର କଲେଜର ୭୨ଲକ୍ଷ ଟଙ୍କା ବ୍ୟାଙ୍କ ଠକେଇ ବା ହେରଫେର ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ରାଜ୍ୟ ହେଉ କି ରାଜ୍ୟ ବାହାରର ଠକ ହେଉ ଚି଼ହ୍ନଟ ହୋଇଥିବା ସନ୍ଦିଗ୍ଧ ଅପରାଧୀ ଓ ଫେରାରିଙ୍କ ପରିବାର ଲୋକ ଙ୍କୁ ଅଟକ ରଖି ସେମାନଙ୍କ ସମ୍ପତ୍ତି ସବୁକୁ ଜବତ କରିବାକୁ ସୋନପୁରର ସଚେତନ ନାଗରିକ ଓ କଲେଜର ପୁରାତନ ଛାତ୍ର ସଂଗଠନ ଜ଼ିଲ୍ଲା ଓ ପୋଲିସ ପ୍ରଶାସନକୁ ଦାବୀ କରିଛନ୍ତି ଏବଂ ଏଭଳି କୌଣସି ଗୋଟାଏ ଗୁରୁତର ଘଟଣା ରେ ଦୋଷୀ ଯଦି ଘରୁ ଫେରାର ହୋଇଯିବ, ତଦନ୍ତରେ ଲିଙ୍କ ଥିବା ବ୍ୟାଙ୍କ କର୍ମଚାରୀ ବଦଳି କିମ୍ବl ଆଉ କୌଣସି ବିଭାଗ ର କର୍ମଚାରୀ ଅବସର ନେଇଯିବ ତାହେଲେ କଣ ଗୋଟାଏ ଅନୁଷ୍ଠାନର କୋଟି କୋଟି ଟଙ୍କା ଉଦ୍ଧାର କରିବାରେ କଣ ତଦନ୍ତ କିମ୍ବା ଆଇନର ବାଟ ବନ୍ଦ ହୋଇଯିବ ? ଆଇନର ତଦନ୍ତ ର ଅନେକ ରାସ୍ତା ଅଛି କିନ୍ତୁ ତଦନ୍ତ ଯେତେ ବିଳମ୍ବ ହେବ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ଖସିବାରେ ସେତେ ସହଜ ହୋଇଯିବ l ତେଣୁ ସୁବର୍ଣ୍ଣପୁର ଜ଼ିଲ୍ଲା ତଥା ରାଜ୍ୟର ଏକ ସର୍ବ ପୁରାତନ କଲେଜ ଯିଏକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢିଛି ଏବଂ ଯେଉଁ ମା ସଦୃଶ୍ୟ କଲେଜର ଶହ ଶହ ଛାତ୍ର ଛାତ୍ରୀ ଆଜି ପୃଥିବୀର ଉତ୍ପତ୍ତି କ୍ଷେତ୍ରରେ ଆମେରିକା ଓ ବିଭିନ୍ନ ଦେଶରେ ଗବେଷଣା କରୁଛନ୍ତି, ଆମ କଲେଜର ଗୌରବ ବଢ଼ାଇଛନ୍ତି l ଆଜି ସେଇ ମା ସଦୃଶ୍ୟ ଅନୁଷ୍ଠାନ ଏତେ ଅତ୍ୟାଚାରିତ ହେବା ଘଟଣା ଆଉ ସହି ହେଉନି l ପୁଣି ବାହାର ରାଜ୍ୟର ଅପରାଧୀ ଆସି କିଭଳି ଆମ ଏଇ କଲେଜ ର ଧନ ସମ୍ପତ୍ତି ମାନ ସମ୍ମାନ ଇଜ୍ଜତ ପ୍ରତି ଖେଳ ଖେଳି ଅନ୍ୟ ରାଜ୍ୟ କୁ ଆଖି ପିଛୁଳାକେ ଫେରାର ହୋଇଗଲେ l ହଜାର ହଜାର ଗରିବ ପିଲାଙ୍କ ଝାଳ ବୁହା ପରିଶ୍ରମର ଫିଜ ଆଦାୟ ଟଙ୍କା ରେ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିବା ଆମ କଲେଜ କର୍ମଚାରୀ ଏବଂ ବ୍ୟାଙ୍କ କର୍ମଚାରୀ କେତେ ସଜାଗ କେତେ ଟାଣୁଆ ଏବଂ ଆମ ଜ଼ିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ବ୍ୟାଙ୍କ ମୁଖିଆ ଙ୍କୁ ଡାକି ଏତେ ବୈଠକ ଏତେ ଟ୍ରେନ କରୁଛି ତାହା କେଉଁ ସ୍ୱାର୍ଥ ରେ ? ଏଭଳି ବ୍ୟାଙ୍କରେ ସରକାରୀ ଟଙ୍କା ଜମା ନ କରିବା ଉଚିତ ଏବଂ ବ୍ୟାଙ୍କ ର ଅବହେଳାକୁ କ୍ଷମା ନ ଦେବା ଉଚିତ ବୋଲି ପୁରାତନ ଛାତ୍ର ମତ ରଖିଛନ୍ତି l