-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
30-May-2022
କଟକ-ୱାର୍ଲଡ଼ ସ୍କିଲ୍ ସେଣ୍ଟର ଭୂବନେଶ୍ୱର ର ମାଷ୍ଟର ଟ୍ରେନର ଶ୍ରୀମତୀ ମଧୁସ୍ମିତା ପ୍ରଧାନ ଏବଂ ତାଙ୍କ ସ୍ୱାମୀ ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଶା ନାରୀସେବା ସଂଘକୁ ଏକ ସିଲାଇ ମେସିନ୍ ପ୍ରଦାନ କରିଛନ୍ତି ଯାହାଦ୍ୱାରା ସମାଜର ଅସହାୟ ପୀଡ଼ିତ ଏବଂ ପଛୁଆବର୍ଗର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ନିଶ୍ଚିତ ସହାୟକ ହେବ ।ଏହି ମେସିନ ଦ୍ୱାରା ବସ୍ତି ଅଞ୍ଚଳରେ ଝିଅ ଏବଂ ମହିଳା ମାନଙ୍କୁ ସିଲାଇ ଶିକ୍ଷା ଦିଆଯିବା ଫଳରେ ସେମାନେ ଘରେ ବସି ଉପାର୍ଜନକ୍ଷମ ହୋଇପାରିବେ । ସଂଘର ସଂପାଦିକା ମଞ୍ଜୁ ସିଂ, ସହସଂପାଦିକା ଇନ୍ଦିରା ଅରୋରା ଏବଂ ସଂଗଠନ ସଂପାଦିକା ମୀରା ବେଉରା, କଟକ ବକ୍ସିବଜାର ସ୍ଥିତ ନାରୀସଂଘ ଘରେ ଉପସ୍ଥିତ ରହି ଏହାକୁ ଗ୍ରହଣ କରିଥିଲେ । ଏହି ଅବସରରେ ଉଭୟ ପତିପତ୍ନୀଙ୍କୁ ନାରୀସେବା ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।