-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||     

HOME   ଅପରାଧ

ବଲାଙ୍ଗୀର ଏସପି ଙ୍କ ପ୍ରେସ ମିଟ୍ ,ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା: ଚିତ୍ତରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ, ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

23-May-2022



ବଲାଙ୍ଗିର, ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା। ଚିତ୍ତରଞ୍ଜନ ମହାନ୍ତି ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ହିଁ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଗଣମାଧ୍ୟମ ସମ୍ମୁଖରେ ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକ ଡାଗଡୁ ଏପରି ଚାଞ୍ଚଲ୍ୟକର ସୂଚନା ଦେଇଥିବା ବେଳେ ସିସିଟିଭି ଫୁଟେଜରୁ ମଧ୍ୟ ଏହା ସ୍ପଷ୍ଟ ହେଉଛି।

ଜମିଜମା ବିବାଦରୁ ହୋଇଥିବା ଏହି ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ରରେ ଚିତ୍ତରଞ୍ଜନ ଙ୍କ ସମେତ ୩ ଜଣଙ୍କ ସମ୍ପୃକ୍ତି ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଚିତ୍ତର ଗୋଡ଼ ଭାଙ୍ଗିଥିବା ବେଳେ ବଲାଙ୍ଗିର ପୁଲିସ୍‌ ହେପାଜତରେ ତା’ର ଚିକିତ୍ସା ଚାଲିଛି। ଗତକାଲି ପୋଲିସ୍‌ ୨ ଜଣଙ୍କୁ ଆଣି ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ଏହାବାଦ ଏହି ଘଟଣାକୁ ବାସ୍ତବ ରୂପ ଦେବାକୁ ତଥା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଚିତ୍ତ ମହାନ୍ତି କୁ ଆଉ ୨ ଜଣ ସହଯୋଗ କରିଥିବା ଜଣାପଡ଼ିଛି। ସେମାନଙ୍କୁ ବଲାଙ୍ଗୀର ପୋଲିସ୍‌ ଖୋଜୁଛି।

ମିନି ଟ୍ରକରେ ୨ ଜଣ ଥିବା ବେଳେ ଏହାକୁ କିଏ ଚଳାଉଥିଲେ ତାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସ୍‌ପି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ମିନି ଟ୍ରକ୍‌ର ଡ୍ରାଇଭର ସିଟ୍‌ରେ ଚିତ୍ତ ରଞ୍ଜନ ମହାନ୍ତି  ବସିଥିବା ଦେଖିବାକୁ ମିଳିଛି। ସେଥିରୁ ଚିତ୍ତ ହିଁ ଗାଡ଼ି ଚଳାଉଥିବା ସ୍ପଷ୍ଟ ଜଣାପଡୁଛି।

ଗତ ଶନିବାର ହୋଇଥିବା ଏହି ଦୁର୍ଘଟଣା ଯେ ଦୁର୍ଘଟଣା ନୁହେଁ, ତାହା ପ୍ରଥମରୁ ହିଁ ସନ୍ଦେହ ହେଉଥିଲା। ପରେ ସ୍ପଷ୍ଟ ଜଣାପଡ଼ିଲା ଯେ, ସାନୁ ନାୟକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ବେଳେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା। ସୌଭାଗ୍ୟବଶତଃ ସାନୁ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ସାଙ୍ଗରେ ଥିବା ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା।
ଏହା ଏକ ସନ୍ଦେହଜନକ ଦୁର୍ଘଟଣା ବୋଲି ବଲାଙ୍ଗିର ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବା ପରେ ଏହାର ଅଧିକ ତଦନ୍ତ ପାଇଁ ଶନିବାର ଅପରାହ୍ନରେ ଏକ ଟିମ୍‌ ମେଡିକାଲରେ ପହଞ୍ଚିଥିଲା। ମାତ୍ର ସେତେବେଳେ ସେଠାରେ ଚିତ୍ତ ମହାନ୍ତି  ନ ଥିବା ବେଳେ ସେ ବିଶାଖାପାଟଣା ପଳାଇବାକୁ ଉଦ୍ୟମ କରୁଥିଲା। ଏକଥା ଜାଣିପାରି ବଲାଙ୍ଗିର ପୋଲିସ ଥୁଆମୁଳ ପୋଲିସ୍‌ ସହାୟତାରେ ତାକୁ ଓଡ଼ିଶା- ଆନ୍ଧ୍ର ବର୍ଡରରୁ ବଲାଙ୍ଗିର ଅଣାଯାଇଛି। ଏବେ ତା’ର ଚିକିତ୍ସା ଚାଳିଥିବା ବେଳେ ଚିତ୍ତ ମହାନ୍ତି  ସୁସ୍ଥ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତିବଲାଙ୍ଗୀର ଏସପି 
ସିସିଟିଭିରେ କଏଦ ଦୁର୍ଘଟଣାର ଦୃଶ୍ୟ ।
ପୁଲିସ ସୂଚନା ଅନୁସାରେ ଦୁର୍ଘଟଣା ପରେ ୨ ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। କୌଣସି ବ୍ୟକ୍ତି ଚିତ୍ତ ମହାନ୍ତି କୁ ପ୍ରଥମେ ମେଡିକାଲ ନେଇଥିଲେ। ତାଙ୍କୁ କିଏ ମେଡିକାଲ ନେଇଥିଲେ ପୁଲିସ ଏବେ ତାହାର ତଦନ୍ତ ଚଳାଇଛି।
ଫିଲ୍ମ ଷ୍ଟାଇଲରେ ଏହି ହତ୍ୟା ଯୋଜନା ହୋଇଥିବା ବେଳେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା ହୋଇଥିଲା। କିଲର ମିନି ଟ୍ରକ୍‌ର ନମ୍ବର ପ୍ଲେଟରେ କିଛି ସମୟ ପୂର୍ବରୁ କାଳି ବୋଳାଯାଇଥିଲା। ତା’ ନମ୍ବର ଭୁଲ ଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହିପରି ତଦନ୍ତରୁ ଅନେକ ଗହନ କଥା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି।
ସୂଚନାଯୋଗ୍ୟ, ଗତ ଶନିବାର ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ଆହତ ଚିତ୍ତ ମହାନ୍ତି ଓ ସାନୁ ନାୟକ ସେମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ଆହତ ଚିତ୍ତ କାହା ନାଁ ନେଇ ନଥିବା ବେଳେ ସାନୁ କିନ୍ତୁ ସିଧାସଳଖ ଚିତ୍ତ ମହାନ୍ତି ଙ୍କ ନାଁ ନେଇଥିଲେ। ପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ଦୃଶ୍ୟ। ଯେଉଁଥିରୁ ଜଳଜଳ ସବୁ ଦେଖାଯାଉଛି। କିଲର ମିନି ଟ୍ରକ୍‌ରେ ଚିତ୍ତ ରଞ୍ଜନ ମହାନ୍ତି ଡ୍ରାଇଭର ସିଟ୍‌ରେ ବସିଥିଲେ। ଉକ୍ତ ସମୟରେ ତାଙ୍କ ପାଖ ସିଟ୍‌ରେ ଆଉ ଜଣେ ବସିଥିଲେ। ମିନିଟ୍ରକଟି ବାଟରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ସାନୁ ଓ ଶ୍ରୀକାନ୍ତ ବସିଥିଲେ। ଦୁର୍ଘଟଣାରେ ଶ୍ରୀକାନ୍ତର ମୃତ୍ୟୁ ହୋଇଯାଇଛି।
ବାଇକ୍‌କୁ ଧକ୍କା ଦେଇ ମିନିଟ୍ରକଟି ଏକ ଗଛରେ ପିଟିହୋଇ ରାସ୍ତା ମଝିକୁ ବୁଲି ଯାଇଥିଲା। ଏହି ସମୟରେ ରାସ୍ତାରେ ଆସୁଥିବା ଅନ୍ୟ ଏକ ଟ୍ରକ ମିନିଟ୍ରକକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ଚିତ୍ତଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା। ତେଣୁ ସେ ଫେରାର ହୋଇ ପାରି ନ ଥିଲେ। ହେଲେ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିବାରୁ ତାଙ୍କୁ ଖୋଜୁଛି ବଲାଙ୍ଗୀର ପୁଲିସ୍‌।

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026

You Might Also Like