-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
23-May-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ):ସୋନପୁରୀ/ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରକୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି l ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା
ଜଣଶୁଣାଣିରେ ସମସ୍ତ ଅଧିକାରୀ ସୋନପୁରୀ/ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ସ୍ଥିର କରାଯାଇଛି l ଆସନ୍ତାକାଲି ଠାରୁ ହେବାକୁ ଥିବା ଜଣଶୁଣାଣୀରେ ସମସ୍ତ ଅଧିକାରୀ ଏହା ପାଳନ କରିବାକୁ କୁହାଯାଇଛି l ଫଳରେ ହସ୍ତତନ୍ତ ବସ୍ତ୍ରର ଚାହିଦା ଆହୁରି ବୃଦ୍ଧି ପାଇବ l ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଜିଲ୍ଲାର ପ୍ରତି ସୋମବାରରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଅଧିକାରୀ ସୋନପୁରର ବୁଣାକାର ମାନଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଲୁଗା ପରିଧାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଯାହାକି ବୁଣାକାର ମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବାସହ ହସ୍ତତନ୍ତ ବସ୍ତ୍ରର ପ୍ରୋତ୍ସାହନ ହୋଇପାରିବ