-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
13-May-2022
ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା । ଉଭୟ ମୃତକ ସ୍ୱାମୀ-ସ୍ତ୍ରୀ ଘାସି ତଅଲା ଓ କୁନ୍ତୀ ତଅଲା ବୋଲି ଜଣାପଡିଛି ।
ଦମ୍ପତ୍ତିଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ମଦ ନିଶାରେ ଘାସି ପତ୍ନୀ କୁନ୍ତୀଙ୍କୁ ପିଟିପିଟି ମାରିଦେଇଛନ୍ତି । ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଲରମା ଥାନା ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ମୃତ ଶରୀର କୁ ଶଵ ବ୍ୟବଛେଦ ପାଇଁ ପାଟଣାଗଡ ହସପିଟାଲ କୁ ପଠାଦେଇଛି।ଏପଟେ ଘାସି ତଅଲା ଫେରାର ହୋଇ ଥିଲା ପରେ ଘାସି ନିଜେ ଵିଷ ପିଇ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ, ଓ ଲରମାପୋଲିସ ଘାସି ର ଶଵ କୁ ଜଵତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)