-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବଲାଙ୍ଗିର,- ଗତକାଲି ବିଷ୍ଣୁମୁଣ୍ଡା ଠାରେ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କଳାକାର ଓ ସାହିତ୍ୟିକ ଜଗବନ୍ଧୁ ପଟେଲ ଯୋଗଦେଇ ଶିଶୁମାନଙ୍କ ଭିତରେ ସାହିତ୍ୟ ସୃଜନର ବିକାଶ ପାଇଁ ଆମେ ଅଭିଭାବକମାନେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ରତ୍ନମୟ ତ୍ରିପାଠି । ବାର୍ଷିକ ବିବରଣୀ ପଠନ କରିଥିଲେ ସଂସଦର ସଂପାଦକ ଡା. ଅଶୋକ କୁମାର ସେଠୀ । ପରେ ଅନୁଷ୍ଠିତ କବିତା ପାଠ କୁ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଜ୍ୟୋତିରାଣୀ ମିଶ୍ର । ଏହି ସଭାରେ କବି ଚୁଡେନ୍ଦ୍ର ବେହେରା, ବଳିଷ୍ଠ ପ୍ରଧାନ, ହୃଷିକେଶ ପୁରୋହିତ, ସୁଜାତା ନାୟକ, କବିଳ ପତି, ଭକ୍ତବନ୍ଧୁ ନାୟକ ତଥା ଆହୁରି ଅନେକ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଦୁର୍ଗା ଚରଣ ସାହୁ, ସୁନାଧର ବନଛୋର, ସରିତା ସାହୁ, ମଧୁ ସାହୁ, ଅରୁଣ ଖୁଆସ, ନିଶା, ଲକି, ଆଦ୍ୟାଶା, ଆଦର୍ଶ ଓ ଜିଜ୍ଞାସା ସହଯୋଗ କରିଥିଲେ । ଶେଷରେ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ଠ କୁ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଜ୍ୟୋତିରାଣୀ ମିଶ୍ର । ଏହି ସଭାରେ କବି ଚୁଡେନ୍ଦ୍ର ବେହେରା, ବଳିଷ୍ଠ ପ୍ରଧାନ, ହୃଷିକେଶ ପୁରୋହିତ, ସୁଜାତା ନାୟକ, କବିଳ ପତି, ଭକ୍ତବନ୍ଧୁ ନାୟକ ତଥା ଆହୁରି ଅନେକ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଦୁର୍ଗା ଚରଣ ସାହୁ, ସୁନାଧର ବନଛୋର, ସରିତା ସାହୁ, ମଧୁ ସାହୁ, ଅରୁଣ ଖୁଆସ, ନିଶା, ଲକି, ଆଦ୍ୟାଶା, ଆଦର୍ଶ ଓ ଜିଜ୍ଞାସା ସହଯୋଗ କରିଥିଲେ । ଶେଷରେ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।