-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
ବଲାଙ୍ଗିର,- ବଲାଙ୍ଗିର ସଦେଇପାଲି ସ୍ଥିତ ନବ ଜ୍ୟୋତି କ୍ଲବ ଠାରେ ବାବା ସାହେବ ଆମ୍ବେଦକର ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିବା ବେଳେ କ୍ଲବର ସଂପାଦକ ରାଜେନ୍ଦ୍ର ରାୟ ଓ ଉପଦେଷ୍ଟା ତଫିଲାଲ ମୁଗ୍ରୀ ସଭାକୁ ସଂଯୋଜନା କରିଥିଲେ । କୁନିକୁନି ଛାତ୍ରୀମାନେ ଆମ୍ବେଦକରଙ୍କ ଉପରେ ସଂଗୀତ ପରିବେଷଣ କରିଥିଲେ । ବାବା ସାହେବ ଙ୍କ ଜୀବନୀ ଉପରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମତା ଭିତ୍ତିକ ସମାଜ ଗଠନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସଭା କାର୍ଯ୍ୟ ପରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।