-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
16-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ): ପିଇବା ପାଣି ପାଇଁ ଗୁଲଗୁଲା ଗାଁଲୋକ । ପାଣି ବୁନ୍ଦାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଗାଁ ଲୋକଙ୍କୁ । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବେହେରେନସିଲଟ ଗାଁ କଥା । ଗାଁରେ ପିଇବା ପାଇଁ ଯୋଗାଣ ପାଇଁ ବସୁଧା ଯୋଜନାରେ ଏକ ଓଭରହେଡ ଟ୍ୟାଙ୍କି ନିର୍ମାଣ କରାଯାଇଛି । ଏହି ଓଭରହେଡ ଟାଙ୍କି ଯୋଗେ ଗାଁଲୋଙ୍କ ପିଇବା ପାଣି ଯୋଗାଇ ଦିଆଯାଉଥିଲା । ତେବେ ଗତ ୨ମାସରୁ ଅଧିକ ଦିନ ହେବ ରାସ୍ତା ଉପରେ ପାଇବ ଫାଟି ଯାଇଥିବାରୁ ଗାଁ ଲୋକ ପାଣି ପାଇ ପାରୁ ନାହାଁନ୍ତି। ଏନେଇ ଗାଁଲୋକ ବାରମ୍ବାର ବିଭାଗୀୟ ଅଧିକାରିଙ୍କ ପାଖରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ସେ ମାନେ ଆଜି ହେବ କାଲି ହେବ ବୋଲି ୨ ମାସ ହେଇଗଲା ସମସ୍ୟାର କୌଣସି ସମାଧାନ ହେଉନାହିଁ।ବର୍ତ୍ତମାନ ତାମପାତ୍ରା ୪୦ ଡିଗ୍ରି ଉପରେ । ଏଭଳି ସ୍ଥିତିରେ ଲୋକେ ପାଣି ପାଇଁ ଗୁଲଗୁଲା ହେଉଛନ୍ତି । କାହିଁକି ବାରମ୍ବାର ଅଭିଯୋଗ କଲା ପରେ ମଧ୍ଯ କଣ୍ଟାବାଞ୍ଜି ଗ୍ରାମ୍ଯ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ବାଘେଲ ଏବଂ ଏହି ପ୍ରକଳ୍ପ କୁ ଠିକା ନେଇ ଥିବା ରାଜା ଖଡିଆଳର ଠିକାଦାର ଅମୁଲ୍ଯ ସାହୁ ଯଥାଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହୁଥିଲେ। ଏବେ
ଗାଁର ଯୁବକ ମାନେ ଫୋନ ଯୋଗେ ସେମାନଙ୍କୁ ଯୋଗାଯୋଗ କଲେ ସେମାନେ ବର୍ତ୍ତମାନ ଫୋନ ଉଠାଉ ନାହାଁନ୍ତି
। ଅନ୍ୟ ପକ୍ଷରେ ବେହେରେନସିଲେଟ ଗାଁର ନାଏକ ପଡାର କୁ ବସୁଧା ଯୋଜନା ପାଣି ହଞ୍ଚି ପାରି ନାହିଁ। ନାଏକ ପଡା ଲୋକ ମଧ୍ୟ ପାଣି ସମସ୍ୟା ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ଅଧିକାରି ଏହି ପଡାକୁ ଆଜି କାଲି ପାଣି ଆସିଯିବ ବୋଲି କେବଳ ପ୍ରତିଶୃତି ଦେଇଚାଲିଥିବା ‘ପଡା ଲୋକ ଅଭିଯୋଗ କରିଛନ୍ତି । ତେବେ ଗାଁ ଲୋକଙ୍କ ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ କରିବାକୁ ଗାଁଲୋକ ଦାବି କରିଛନ୍ତି । ଯଦି ଦାବିପୁରଣ ନହୁଏ ତେବେ ଆଗକୁ ଗ୍ରାମ୍ଯ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ବେହେରେନସିଲେଟ ଗାଁ ରେ ଥିବା ଯୁବ ଆମ୍ବେଦକର ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।